ବାଉଁଶ ବୁଦାରୁ ସିଧା ରୋଷେଇ ଶାଳ: ଆଦିବାସୀଙ୍କ ଜୀବିକାର ଏକ ମାଧ୍ୟମ “କରଡ଼ି”

ଉମରକୋଟ(କେନ୍ଯୁଜ୍): ଅବିଭକ୍ତ କୋରାପୁଟ ଜିଲ୍ଲାର ଆଦିବାସି ଅଧୁଷିତ ଅଞ୍ଚଳ ମଧ୍ୟରେ ନବରଙ୍ଗପୁର ଜିଲ୍ଲା ଅନ୍ଯତମ । ଏଠାର ଆଦିବାସୀ ମାନେ ମୁଖ୍ଯତ ଜଙ୍ଗଲଜାତ ଦ୍ରବ୍ଯ ଉପରେ ର୍ନିଭର କରି ନିଜର ଜୀବିକ ଅର୍ଜନ କରିଥାନ୍ତି । ସେଥିମଧ୍ୟରୁ ବାଉଁଶ ଗଜା ବା କରଡ଼ି ଅନ୍ଯତମ। “କରଡ଼ି” ନବରଙ୍ଗପୁର ଜିଲ୍ଲାର ଏକ ସୁସାଦ ଖାଦ୍ୟ ହୋଇଥିବା ବେଳେ ବର୍ଷା ଋତୁର ଆଗମନ ପରେ ଏହା ବଜାର କୁ ଆସିଥାଏ । ସାଧାରଣ ଲୋକଙ୍କ ପାଇଁ ଏହା ଏକ ସୁସାଦ୍ୟ ଖାଦ୍ୟ ହୋଇଥିଲେ ବି ଆଦିବାସିଙ୍କ ପାଇଁ ଏହା ଜୀବନ ଜୀବିକା ଓ ପରିବାର ପୋଷଣର ଏକ ମାଧ୍ୟମ। ଘଞ୍ଚ ଜଙ୍ଗଲ ଭରା ପାହାଡ଼ ରୁ ବାଉଁଷ ବୁଦାରୁ ବାହାରି ରୋଷେଇ ଶାଳା ରେ ପହଂଚିଥାଏ ଏହି କରଡ଼ି ।

ଉମରକୋଟ ଅଞ୍ଚଳର ଆଦିବାସୀ ମାନେ ପୋଡ଼ାଗଡ଼ ପର୍ବତରେ ଥିବା ଜଙ୍ଗଲକୁ ଯାଇ ସେଠାରେ ରହିଥିବା ବାଉଁଶ ବୁଦାରୁ ଏହାକୁ ସଂଗ୍ରହ କରିଥାନ୍ତି । ଏହାକୁ ଆଣି ଉମରକୋଟ ବଜାରରେ ବିକ୍ରି କରିଥାନ୍ତି । ପୂର୍ବରୁ କେବଳ ମହିଳା ମାନେ ଏହି ବ୍ଯବସାୟ କରୁଥିଲେ କିନ୍ତୁ ଏବେ ଏହା ବଜାର ରେ ଧୀରେ ଧୀରେ ବଜାରରେ ଚାହିଦା ବଢିବା ପରେ ବର୍ତମାନ ପୁରୁଷ ମାନେ ମଧ୍ୟ ଜଙ୍ଗଲ ମଧ୍ୟକୁ ଯାଇ ଏହା ସଂଗ୍ରହ କରୁଛନ୍ତି । ପାହାଡ଼ ଉପରେ ରହିଥିବା ବାଉଁଶ ବୁଦାରୁ ଏହାକୁ ଖୋଜି ବାହାର କରିବାକୁ ପଡ଼ିଥାଏ । ଏହାକୁ ଏକ କଟୁରି ସାହାଯ୍ଯ ରେ କାଟିବା ପରେ ତା ଉପରୁ ଛାଲି ବାହାର କରାଯାଏ । ପରେ ତାକୁ ଛୁରି ରେ କାଟି ଛୋଟ ଛୋଟ କରି ବିକ୍ରି କରାଯାଏ । ଏହି କରଡ଼ିକୁ ଓଜନ କରାଯାଏ ନାହିଁ । ଏହାକୁ ପତ୍ର ତିଆରି ଏକ ମାପ ବା ସ୍ଥାନୀୟ ଭାଷାରେ କୁହାଯାଉଥିବା ଦନାରେ ମାପି ବିକ୍ରି କରାଯାଇଥାଏ ।ଏହି ବ୍ଯବସାୟ କରିବା ଫଳରେ ଦିନ କୁ ପ୍ରାୟ ୫୦୦ ରୁ ୬୦୦ ଟଙ୍କା ଯାଏ ରୋଜଗାର ହେଉଥିବା କହିଛନ୍ତି ବିକ୍ରି କରୁଥିବା ଆଦିବାସି ମହିଳା ।

karadi 1

କରଡ଼ିର ଚାହିଦା ବି ବହୁ ପରିମାଣ ରେ ରହିଛି । ଏହା କେବେ ବଜାର କୁ ଆସିବ ଲୋକ ଅପେକ୍ଷା କରିରହିଥାନ୍ତି । ବର୍ଷା ଋତୁର ଆଗମନ ପରେ ସାଧାରଣତଃ ଜୁଲାଇ ମାସରୁ ସେପ୍ଟେମ୍ବର ମାସ ଭିତରେ ଏହା ମିଳିଥାଏ । ଅନ୍ଯ ପରିବା ଠାରୁ ଏହାର ସ୍ବାଦ କିଛି ଅଲଗା । ଏଥିରେ ତାରକାରୀ, ଭଜା ଓ ଆଚାର ପରି ଅନେକ ଖାଦ୍ୟ ପ୍ରସ୍ତୁତ କରାଯାଏ । ଏହି କାରଣ ରୁ ଲୋକେ ଏହାକୁ ଅତି ଆଦରର ସହ କିଣି ନେଇଥାନ୍ତି । ପାହାଡ଼ ପର୍ବତର ଘଞ୍ଚ ଜଙ୍ଗଲ ମଧ ରେ ରହିଥିବା ବାଉଁଶ ବୁଦାରୁ ଏହା ସିଧା ରୋଷେଇ ଶାଳରେ ପହଂଚିଥାଏ ।

କେବଳ ନବରଙ୍ଗପୁର ଜିଲ୍ଲା ନୁହେଁ ଦକ୍ଷିଣ ଓଡ଼ିଶାରେ ଅନେକ ସ୍ଥାନରେ ଏହା ଦେଖିବାକୁ ମିଳିଥାଏ । ଆଦିବାସୀଙ୍କ ଜୀବିକା ଉପାର୍ଜନ ଓ ପରିବାର ପୋଷଣରେ ଏହି କରଡ଼ି ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସହିତ ଲୋକେ ଏହାକୁ ଖୁବ୍ ପସନ୍ଦ କରୁଛନ୍ତି ।

ଉମରକୋଟରୁ ଅନୁରାଗ ପଟନାୟକ, କେନ୍ଯୁଜ୍