କାଶୀପୁର ଝାଡ଼ାବାନ୍ତି ପ୍ରସଙ୍ଗ: ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି

ରାୟଗଡ଼ା (କେନ୍ୟୁଜ ): ରାୟଗଡ଼ା ଜିଲ୍ଲା କାଶୀପୁରରେ ଥମୁନି ହଇଜା । ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି ପାଇଛି। ଗତକାଲି ହଇଜା ପ୍ରଭାବିତ ଅଞ୍ଚଳ ଗସ୍ତ କରିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ହସ୍‌ପିଟାଲରେ ଆକ୍ରାନ୍ତଙ୍କ ଚିକିତ୍ସା ବାବଦରେ ପଚାରି ବୁଝିଛନ୍ତି । ଟିକିରି ସ୍ଥିତ ଜଡ଼ିଆ ସାହିକୁ ଯାଇ ଜଳଯୋଗାଣ ସ୍ଥିତିର ସମୀକ୍ଷା କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ । ଅନୁସୂଚିତ ଜାତି-ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର, ଜିଲ୍ଲାପାଳ ସ୍ୱାଧା ଦେବ ସିଂ ପ୍ରମୁଖ କ୍ଷେତ୍ର ପରିଦର୍ଶନରେ ସାମିଲ ଥିଲେ ।

ଏବେବି ପ୍ରାୟ ୬୧ ଜଣ ଆକ୍ରାନ୍ତ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି। ୪୮ ଜଣ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୭୮ଟି ଗାଁରେ ଜଳ ବିଶୋଧନ କରାଯାଇଛି। ୨୪୮ଟି ଗାଁ ପ୍ରତି ସ୍ୱାସ୍ଥ୍ୟ ବିଭାଗ ତୀକ୍ଷ୍ଣଣ ନଜର ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.