ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ : ମ୍ୟାଚ୍ ଜିତି ଆଗୁଆ ସିରିଜ୍ କବଜା ଲକ୍ଷରେ ଟିମ୍ ଇଣ୍ଡିଆ

ଆଜି ଭାରତ-େଓ୍ଵଷ୍ଟଇଣ୍ଡିଜ୍‌ ଦ୍ୱିତୀୟ ଦିନିକିଆ । ପ୍ରଥମ ମ୍ୟାଚରେ ରୋମାଞ୍ଚକ ଭାବେ ୩ ରନରେ ହରାଇ ଭାରତର ମନୋବଳ ଦୃଢ଼ ରହିଛି । ତଥାପି ମଧ୍ୟକ୍ରମ ବ୍ୟାଟିଂ ଦୁର୍ବଳତାକୁ ଦୂର କରିବା ଶିଖର ଧ୍ୱାଓ୍ଵନଙ୍କ ଦଳ ପାଇଁ ବଡ଼ ଆହ୍ଵାନ ଭାବେ ଉଭା ହୋଇଛି । ପ୍ରଥମ ମ୍ୟାଚରେ ଶିଖର ଧାଓ୍ଵନ ଓ ଶୁବମନ ଗିଲ ଶତକୀୟ ଭାଗିଦାରୀ ଦେବାରୁ ଭାରତ ଦୃଢ଼ ମୂଳଦୁଆ ପକାଇଥିଲା । ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ, ଦୀପକ ହୁଡା ଓ ଅକ୍ଷର ପଟେଲଙ୍କଠାରୁ ଭଲ ରନ ଆଶା କରିବ । େଓ୍ଵଷ୍ଟଇଣ୍ଡିଜ୍‌ ପାଇଁ କିନ୍ତୁ ପରାଜୟ ସତ୍ତ୍ୱେ ଲଢ଼ୁଆ ପ୍ରଦର୍ଶନ ଦଳକୁ ଆତ୍ମବିଶ୍ୱାସ ଦେଇଛି ।

ସେପଟେ ଘରୋଇ ଦଳ କ୍ରମାଗତ ୭ଟି ଦିନିକିଆ ପରାଜିତ ହୋଇ ଚିନ୍ତାରେ ରହିଛି । ଭାରତରକୁ ହରାଇବାକୁ ହେଲେ ଦଳଗତ ପ୍ରଦର୍ଶନ କରିବାକୁ ପଡ଼ିବ । ସବୁ ବିଭାଗରେ ଉନ୍ନତ ପ୍ରଦର୍ଶନ କରିପାରିଲେ ଘରୋଇ ଦଳ ବିଜୟ ସ୍ୱାଦ ଚାଖିପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.