ଯାଜପୁର: ଯାତ୍ରୀବାହୀ ବସ ଧକ୍କାରେ ଜଣେ ମୃତ, ଦୁର୍ଘଟଣା ପରେ ବସ ଡ୍ରାଇଭର ଫେରାର

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଦୁବକଣ ଠାରେ କଂୟାଗୋଲା- କଟକ ଯାଉଥିବା ଏକ ଯାତ୍ରୀବାହୀ ବସ ଧକ୍କାରେ ଘଟଣା ସ୍ଥଳରେ ଜଣେ ମୃତ। ମୃତକ ହେଉଛନ୍ତି ଦଶରଥପୁର ବ୍ଲକ ଖାନନଗର ପଂଚାୟତ ଲାଲବାଗ ଅଞ୍ଚଳର ଦୟାନିଧି ମଲ୍ଲିକ। ଦୟାନିଧି ଆଜି ସକାଳୁ କୌଣସି କାମରେ ସାଇକେଲରେ ଯାଉଥିବା ସମୟରେ ହଠାତ ବସଟି ତାଙ୍କ ଉପରକୁ ମାଡି ଆସିଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ସ୍ଥାନୀୟ ଲୋକମାନେ ମଙ୍ଗଳପୁର ପୋଲିସକୁ ଖବର ଦେବାରୁ ଦୁର୍ଘଟଣାଗ୍ରସ୍ତ ବସକୁ ବଉଳାଙ୍ଗ ଛକ ନିକଟରେ ଜବତ କରିଥିବା ବେଳେ ବସ ଡ୍ରାଇଭର ଫେରାର ହୋଇଯାଇଛି । ସେପଟେ ମଂଗଳପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.