ଆଳି ଭଲି ପୁଣି ଏକ ଘଟଣା, ଅନ୍ୟ ଧର୍ମରେ ବିବାହ ହେଲା ବୋଲି ଝିଅକୁ ଶୁଦ୍ଧିକ୍ରିୟା କଲେ ପରିବାର ଲୋକ

ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଚାନ୍ଦିପୁଟ ଗାଁରେ । ଗାଁର ସହଦେଵ ସାହୁଙ୍କ ଝିଅ ଚାନ୍ଦିନୀ ୨ତାରିଖ ରାତିରେ ଘରୁ ଚାଲିଯାଥିଲେ। ପରେ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିଥିଲେ

ମୋହନା(କେନ୍ୟୁଜ୍): ବଞ୍ଚିଥାଉ ଥାଉ ଝିଅର ଦଶାହ ପାଳିଲା ପରିବାର। ଅନ୍ୟ ଧର୍ମରେ ବିବାହ ହେଲା ବୋଲି ଝିଅକୁ ଶୁଦ୍ଧିକ୍ରିୟା କଲେ ପରିବାର ଲୋକ। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଚାନ୍ଦିପୁଟ ଗାଁରେ । ଗାଁର ସହଦେଵ ସାହୁଙ୍କ ଝିଅ ଚାନ୍ଦିନୀ ୨ତାରିଖ ରାତିରେ ଘରୁ ଚାଲିଯାଥିଲେ। ପରେ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିଥିଲେ । ତେବେ ୪ତାରିଖ ଦିନ ଗାଁର ଅନ୍ୟ ଧର୍ମର ଜଣେ ପୁଅ ସହ କୋର୍ଟରେ ବିବାହ କରିଥିବା ନେଇ ଜାଣିବା ପରେ ଦୁଃଖରେ ଭାଙ୍ଗି ପଡ଼ିଥିଲେ ସହଦେବଙ୍କ ପରିବାର।

ଏନେଇ ୬ ତାରିଖ ଦିନ ମୋହନା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଝିଅର ବାପା। ଝିଅ ଘର ଛାଡ଼ି ଅନ୍ୟ ଧର୍ମରେ ବିବାହ କରିଥିବାରୁ ନିଜ ଜାତି ଓ ଧର୍ମର ଅପମାନ ହୋଇଥିବା କହିଛନ୍ତି ପରିବାରବର୍ଗ। ତେଣୁ ଝିଅ ମରିଗଲା ବୋଲି ମାନିବା ସହ ତାର ଫୋଟରେ ଫୁଲ ମାଳ ପକାଇ ପୁରୋହିତଙ୍କ ଦ୍ୱାରା ଶୁଦ୍ଧିକ୍ରିୟା କରିଛନ୍ତି ପରିବାର ଲୋକେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.