ଆନ୍ଦୋଳନରେ ଓହ୍ଲାଇଛନ୍ତି କ୍ୟାପିଟାଲ ହସପିଟାଲ ସଫେଇ କର୍ମଚାରୀ, ଚାଲିଛି ବୁଝାସୁଝା
ବିଭିନ୍ନ ଦାବିରେ ଭୁବନେଶ୍ବର କ୍ୟାପିଟାଲ ହସପିଟାଲର ସଫେଇ କର୍ମଚାରୀ ମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଏଥିରେ ପ୍ରଭାବିତ ହୋଇଥିଲା ଡାକ୍ତରଖାନାର ପରିମଳ ବ୍ୟବସ୍ଥା। ଡାକ୍ତରଖାନାର ୨୫୦ ସଫେଇ କର୍ମଚାରୀଙ୍କ ମଧ୍ୟରୁ ଶହେ ଜଣଙ୍କୁ ରଖି ଅନ୍ୟମାନଙ୍କୁ ବିଦା କରିବାକୁ କ୍ୟାପିଟାଲ ହସପିଟାଲ ନିର୍ଦ୍ଦେଶକ ନିଷ୍ପତ୍ତି ନେଇଥିବା ଅଭିଯୋଗ ଆଣିଛନ୍ତି ସଫେଇ କର୍ମଚାରୀ।

ଭୁବନେଶ୍ବର(କେନ୍ୟୁଜ୍): କାର୍ଯ୍ୟକୁ ଫେରିବାକୁ କ୍ୟାପିଟାଲ ହସପିଟାଲ ସଫେଇ କର୍ମଚାରୀଙ୍କୁ ବୁଝାସୁଝା। ଖୁବ ଶୀଘ୍ର ବିଭିନ୍ନ ଦାବିର ସମାଧାନ କରାଯିବ ବୋଲି ସଫେଇ କର୍ମଚାରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ସ୍ଥାନୀୟ କର୍ପୋରେଟର। ବିଭିନ୍ନ ଦାବିରେ ଭୁବନେଶ୍ବର କ୍ୟାପିଟାଲ ହସପିଟାଲର ସଫେଇ କର୍ମଚାରୀ ମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଏଥିରେ ପ୍ରଭାବିତ ହୋଇଥିଲା ଡାକ୍ତରଖାନାର ପରିମଳ ବ୍ୟବସ୍ଥା। ଡାକ୍ତରଖାନାର ୨୫୦ ସଫେଇ କର୍ମଚାରୀଙ୍କ ମଧ୍ୟରୁ ଶହେ ଜଣଙ୍କୁ ରଖି ଅନ୍ୟମାନଙ୍କୁ ବିଦା କରିବାକୁ କ୍ୟାପିଟାଲ ହସପିଟାଲ ନିର୍ଦ୍ଦେଶକ ନିଷ୍ପତ୍ତି ନେଇଥିବା ଅଭିଯୋଗ ଆଣିଛନ୍ତି ସଫେଇ କର୍ମଚାରୀ।
ଏହା ସହ ଦରମା ମଧ୍ୟ ହ୍ରାସ କରାଯିବ ବୋଲି ଚର୍ଚ୍ଚା ହେବା ପରେ ଅସନ୍ତୋଷ ପ୍ରକାଶ କରି ଆନ୍ଦୋଳନକୁ ଓହ୍ଲାଇଥିଲେ। ସେପଟେ ମେଡିକାଲ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନ ନେଲେ ଆଗକୁ ଧରଣା ଜାରି ରଖିବାରୁ ସଫେଇ କର୍ମଚାରୀ ମାନେ ଚେତାବନୀ ଦେଇଛନ୍ତି। କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଡା. ଲକ୍ଷ୍ମୀଧର ସାହୁ କହିଛନ୍ତି, ସରକାରଙ୍କ ନିଷ୍ପତ୍ତି ଆଧାରରେ ହିଁ କାର୍ଯ୍ୟ ହେଉଛି।