Below header

ସ୍ମାର୍ଟ ସ୍ୱାସ୍ଥ୍ୟସେବାରେ ଯୋଡି ହେଲା କେନ୍ଦୁଝର, ଉପକୃତ ହେଲେ ୪ଲକ୍ଷ ୨୦ ହଜାର ହିତାଧିକାରୀ

କେନ୍ଦୁଝର (କେନ୍ୟୁଜ): ସ୍ମାର୍ଟ ସ୍ୱାସ୍ଥ୍ୟସେବାରେ ଯୋଡି ହେଲା କେନ୍ଦୁଝର । BSKY ସ୍ମାର୍ଟ ହେଲଥ୍‌ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ୱାରା ଉପକୃତ ହୋଇଛନ୍ତି ୪ଲକ୍ଷ ୨୦ ହଜାର ହିତାଧିକାରୀ । BSKY କାର୍ଡ ଦ୍ୱାରା ହିତାଧିକାରୀଙ୍କୁ ମିଳିବ ଉତ୍ତମ ସ୍ୱାସ୍ଥ୍ୟସେବା । ରାଜ୍ୟରେ ଯେପରି କେହି ସ୍ୱାସ୍ଥ୍ୟସେବାରୁ ବଂଚିତ ନହୁଅନ୍ତି ସେଥିପାଇଁ ଏଭଳି ପଦକ୍ଷେପ ନିଆଯାଇଛି। BSKY ସ୍ମାର୍ଟକାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଛନ୍ତି, କେନ୍ଦୁଝରକୁ ସମୃଦ୍ଧ ଜିଲ୍ଲା ଭାବେ ଗଢିବା ମୋର ଲକ୍ଷ୍ୟ। ପିଇବା ପାଣି ଉପରେ ଆମେ ଅଧିକ ଗୁରୁତ୍ୱ ଦେଉଛୁ।

୨୦୨୨ ସୁଦ୍ଧା ସବୁ ଘରକୁ ପିଇବା ପାଣି ଯୋଗାଇ ଦିଆଯିବ। ରାଜ୍ୟରେ BSKY ସ୍ମାର୍ଟ କାର୍ଡ ଗରିବ ଲୋକଙ୍କ ଦୁଃଖ ଦୂର କରିବ। ଚାଷୀ ହେଉ କି ରିକ୍ସାବାଲା ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଅର୍ଥ ଅଭାବରୁ ସ୍ୱାସ୍ଥ୍ୟ ସୁବିଧାରୁ କେହି ବଞ୍ଚିତ ନହୁଅନ୍ତୁ। ଏଭଳି ସ୍ୱାସ୍ଥ୍ୟ ସୁବିଧା ଦେବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ। ଏହାସହ କେନ୍ଦୁଝରରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.