ଡ୍ରେସ୍‌ ଉପରେ ଛୁଆଙ୍କ ପ୍ରାଇଭେର୍ଟ ପାର୍ଟକୁ ଛୁଇଁଲେ ବି ଲାଗୁ ହେବ ପୋକ୍‌ସୋ ଆକ୍ଟ, ହାଇକୋର୍ଟଙ୍କ ନିଷ୍ପତ୍ତିକୁ ବଦଳାଇଲେ ସୁପ୍ରିମ୍‌କୋର୍ଟ

ପୋକ୍‌ସୋ ଆକ୍ଟକୁ ନେଇ ଗୁରୁବାର ଦିନ ସୁପ୍ରିମ୍‌କୋର୍ଟ ବଡ଼ ଘୋଷଣା କରିଛନ୍ତି। ଗୁରୁବାର ଦିନ ସୁପ୍ରିମ୍‌କୋର୍ଟ ସ୍କିନ୍‌ ଟୁ ସ୍କିନ୍‌ କନ୍‌ଟାକ୍ଟ ବିଷୟରେ ଏକ ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି। କୋର୍ଟ ଏହି ଆଦେଶରେ ସ୍ପଷ୍ଟ କରିଛନ୍ତି ଯେ ଯୌନ ଉତ୍ପୀଡ଼ନ ମାମଲାରେ ବିନା ସ୍କିନ୍‌ ଟୁ ସ୍କିନ୍‌ କଣ୍ଟାକ୍ଟରେ ମଧ୍ୟ ପୋକ୍‌ସୋ ଆକ୍ଟ ଲାଗୁ ହେବ।

ରିପୋର୍ଟ ମୁତାବକ, ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ୍‌ ଯୌନ ଉତ୍ପୀଡ଼ନର ଜଣେ ଅଭିଯୁକ୍ତକୁ ଏହା କହି ଛାଡ଼ିଦେଇଥିଲେ ଯେ ନାବାଳିକାର ପ୍ରାଇଭେର୍ଟ ପାର୍ଟକୁ ସ୍କିନ୍‌ ଟୁ ସ୍କିନ୍‌ ସମ୍ପର୍କ ବିନା ଛୁଇଁବା ପୋକ୍‌ସୋ ଆକ୍ଟ ଅନ୍ତର୍ଗତ ଆସିବ ନାହିଁ। ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ ଏହି ମାମଲାକୁ ସୁପ୍ରିମକୋର୍ଟରେ ଉଠାଇଥିଲେ। କୋର୍ଟ ଏବେ ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ ବଦଳାଇ ଏଭଳି ଘୋଷଣା କରିଛନ୍ତି।

ସୁପ୍ରିମ୍‌କୋର୍ଟ ନିଜ ନିଷ୍ପତ୍ତିରେ ସ୍ପଷ୍ଟ କରିଛନ୍ତି ଯେ ସେକ୍ସୁଆଲ ଉଦ୍ଦେଶ୍ୟ ରଖି ଶରୀରର ସେକ୍ସୁଆଲ ପାର୍ଟକୁ ସ୍ପର୍ଶ କରିବା ପୋକ୍‌ସୋ ଆକ୍ଟର ମାମଲା। କିନ୍ତୁ ପୋଷାକ ଉପରେ ଛୋଟ ପିଲାଙ୍କ ଶରୀରର ସେକ୍ସୁଆଲ ପାର୍ଟକୁ ଛୁଇଁବା ଯୌନ ଶୋଷଣ ନୁହେଁ ବୋଲି କୁହାଯାଇପାରିବ ନାହିଁ। ଏଭଳି ପରିଭାଷା ପିଲାଙ୍କୁ ଯୌନ ଶୋଷଣରୁ ମୁକ୍ତି ପାଇଁ ତିଆରି ହୋଇଥିବା ପୋକ୍‌ସୋ ଆକ୍ଟର ଉଦ୍ଦେଶ୍ୟକୁ ଶେଷ କରିଦେବ।

ଏହି ମାମଲାରେ ସୁପ୍ରିମ୍‌କୋର୍ଟ ବମ୍ବେ ହାଇକୋର୍ଟରୁ ମୁକ୍ତ ହୋଇଥିବା ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତକୁ ପୋକ୍ସୋ ଆକ୍ଟରେ ୩ ବର୍ଷର କାରାଦଣ୍ଡ ଦେବାକୁ ଘୋଷଣା କରିଛନ୍ତି। କୋର୍ଟ ଏହି ଶୁଣାଣିରେ ପୋକ୍‌ସୋ ଆକ୍ଟକୁ ବୁଝାଇବା ଅବସରରେ କହିଛନ୍ତି, ସେକ୍ସୁଆଲ ମନୋଭାବ ରଖି ଡ୍ରେସ୍‌ ଉପରେ ଛୁଆଙ୍କୁ ସ୍ପର୍ଶ କରିବା ପୋକ୍‌ସୋ ଆକ୍ଟ ଅନ୍ତର୍ଗତ ଆସୁଛି। ଏଥିରେ ‘ଟଚ୍‌’ ଶବ୍ଦର ବ୍ୟବହାର ପ୍ରାଇଭେର୍ଟ ପାର୍ଟ ପାଇଁ କରାଯାଇଛି। କିନ୍ତୁ ଫିଜିକାଲ କଣ୍ଟାକ୍ଟର ଅର୍ଥ ସ୍କିନ୍‌ ଟୁ ସ୍କିନ୍‌ କଣ୍ଟାକ୍ଟ ହେବ ବୋଲି ଜରୁରୀ ନୁହେଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.