ଘରେ ବସି ସହଜ ବ୍ୟାୟାମ କରି ଦୂର କରନ୍ତୁ ପାଇଲ୍ସ ସମସ୍ୟା

ଆଜି କାଲିର ବ୍ୟସ୍ତବହୁଳ ଜୀବନରେ ଯଦି ଶରୀର ଟିକେ ଅସୁସ୍ଥ ହୋଇଯାଏ ତେବେ ଚିନ୍ତା ବଢ଼ିଯାଏ। ତେବେ ଶାରୀରିକ ସମସ୍ୟା  ଅନେକ ପ୍ରକାରର ରହିଛି। ତା ମଧ୍ୟରୁ ପାଇଲ୍ସ ସମସ୍ୟା କିଛି ଜଣଙ୍କର ଗମ୍ଭୀର ଭାବେ ରହିଥାଏ। ଏଥିରେ ମଳଦ୍ୱାର ଭିତରେ ଓ ବାହାରେ ଟିସୁଜ୍‌ ରେ ଖରାପ ପ୍ରଭାବ ପଡ଼ିଥାଏ। ଏହିସମୟରେ ମଳଦ୍ୱାର ଦେଇ ବ୍ଲିଡିଂ ମଧ୍ୟ ହୋଇଥାଏ। ଯଦିଓ ଏହି ସମସ୍ୟା ସାମାନ୍ୟ କିନ୍ତୁ ଏହା କାରଣରୁ ଅନେକ ଯନ୍ତ୍ରଣା ହୋଇଥାଏ। ତେବେ ଆଜି ଆମେ ଏଥିପାଇଁ କିଛି ସହଜ ଏକ୍ସରସାଇଜ ବା ବ୍ୟାୟାମ ସମ୍ପର୍କରେ କହିବୁ । ଯାହାକୁ ମାନିଲେ ଏହି ସମସ୍ୟା ଦୂର ହୋଇପାରିବ।

ପାଇଲ୍ସ ହେବା ପଛରେ କାରଣ ପେଟ ଖରାପ ହେବା। ଖାଦ୍ୟରେ ସଠିକ ତାରତମ୍ୟ ନରହିଲେ ଏହା ହୋଇଥାଏ। ଡାଏରିଆ ଭଳି ସମସ୍ୟା ଆଦି ପାଇଲ୍ସ ସମସ୍ୟାକୁ ଦୂର ବଢ଼ାଇଥାଏ। କିନ୍ତୁ ସଠିକ ବ୍ୟାୟାମ ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତି ଦେଇପାରିବ। କିନ୍ତୁ ଧ୍ୟାନ ରଖିବେ ଏହି ବ୍ୟାୟାମକୁ ସକାଳ ସମୟରେ ଖାଲି ପେଟରେ କରିବେ।

ବାଲାସନ:

ବାଲାସନ କରିବା ଦ୍ୱାରା ପେଟ ସଫା ହୋଇଥାଏ। ଏହା କରିବା ଦ୍ୱାରା ଅଣ୍ଟା ସମେତ ମାଂସପେଶୀ ଆଦିକୁ ରିଲାକ୍ସ କରିଥାଏ। ତେବେ ଏହାକୁ ଯୋଗମ୍ୟାଟ ଉପରେ କରନ୍ତୁ। ଏହାକୁ ୫ ମିନିଟ ପାଖାପାଖି କରନ୍ତୁ । ଏହାଦ୍ୱାରା ଆପଣ ଙ୍କ ପାଇଲ୍ସ ସମସ୍ୟା ଧିରେ ଧିରେ କମିଯିବ।

ଲେଗ୍ସ ଅପ୍‌ ଓ୍ଵାଲ ପୋଜ:

ଏହା ଖୁବ ସହଜ ବ୍ୟାୟାମ। ଏହା କରିବା ଦ୍ୱାରା ଶରୀରରେ ବ୍ଲଡ ସର୍କୁଲେସନ ଭଲ ଭାବେ ହୋଇଥାଏ। ଏହି ବ୍ୟାୟମକୁ ପ୍ରତିଦିନ ୧୦ ରୁ ୧୫ ମିନିଟ କରନ୍ତୁ ।ଦେଖିବେ ନିଶ୍ଚିତ ଆରାମ ମିିଳିବ।

ପେଲଭିକ ଫ୍ଲୋର କଣ୍ଟ୍ରାକ୍ସନ:

ଏହି ଏକ୍ସରସାଇଜ ଶରୀରରେ ଥିବା ସମସ୍ତ ମାଂସପେଶୀକୁ ରିଲାକ୍ସ କରିଥାଏ। ଏହାସହ ପାଇଲ୍ସ ସମସ୍ୟାକୁ ଦୂର କରିଥାଏ। ମେରୁଦଣ୍ଡ ସମେତ ସମ୍ପୂଣ୍ଣ ର୍ ଶରୀରରେ ରକ୍ତପ୍ରବାହ କୁ ସଠିକ ରୂପେ କରିଥାଏ।

ତେବେ ଏହି ସବୁ ବ୍ୟାୟମକୁ ଆପଣ ଘରେ ବସି ଆରାମରେ କରିପାରିବେ। ଏହାଦ୍ୱାରା କେବଳ ପାଇଲ୍ସ ସମସ୍ୟା ନୁହେଁ ଶରୀରର ଅନ୍ୟାନ୍ୟ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ। ତେଣୁ ଏମିିତି ସମସ୍ୟା ଦେଖାଦେଲେ ଆଦୈା ଚିନ୍ତା କରନ୍ତୁ ନାହିଁ। ବରଂ ଏକ୍ସରସାଇଜ କରିବା ସହିତ ଉଚିତ ଖାଦ୍ୟ ସଠିକ ସମୟରେ ଖାଆନ୍ତୁ। ଏହାସହ ଅତ୍ୟଧିକ ମସଲା ଜନିତ ଖାଦ୍ୟରୁ ବିରତ ରୁହନ୍ତୁ। ମନେ ରଖିବେ ଗୋଟିଏ ସ୍ଥାନରେ ଘଣ୍ଟା ଘଣ୍ଟା ଧରି ଯେପରି ନବସନ୍ତି । ଏହା ମଧ୍ୟ ପାଇଲ୍ସର ଅନ୍ୟ ଏକ କାରଣ ହୋଇଥାଏ। ଏହାବଦଳରେ କିଛି ହାଲକା ଫୁଲକା କାମ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.