୪୬ ବର୍ଷ ବୟସରେ ଯାଆଁଳା ଶିଶୁଙ୍କ ମା ହେଲେ ପ୍ରୀତି ଜିଣ୍ଟା, ସୋସିଆଲ ମିଡିଆରେ ସେୟାର କଲେ ପିଲାଙ୍କ ନାମ

୪୬ ବର୍ଷ ବୟସରେ ଦୁଇଟି ଶିଶୁର ମା ହେଲେ ପ୍ରୀତି ଜିଣ୍ଟା । ପ୍ରିତି ଜିଣ୍ଟା ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ନିଜର ଖୁସି ଜାହିର କରିଛନ୍ତି। ସେ ଲେଥିଛନ୍ତି ଏହା ମୋ ଜୀବନର ସବୁଠାରୁ ଖୁସିର ମୂହୁର୍ତ୍ତ ଅଟେ । ମୁଁ ମୋର ଏହି ନୂଆ ଜୀବନକୁ ନେଇ ଅଧିତ ଉତ୍ସାହିତ ଅଛି । ତେଣୁ ଆମର ଏହି ଅବିଶ୍ୱସନୀୟ ଯାତ୍ରାର ଏକ ଅଂଶ ହୋଇଥିବାରୁ ସମସ୍ତ ଡାକ୍ତର, ନର୍ସ ଏବଂ ଆମର ସରୋଗେଟ୍ ମାନଙ୍କୁ ମୁଁ ହୃଦୟରୁ ଧନ୍ୟବାଦ ଜଣାଉଛି । ବଲିଉଡ ଜଗତର ଚୁଲବୁଲି ନାୟିକା ପ୍ରୀତି ଜିଣ୍ଟାଙ୍କ ଘରେ ଖୁସିର ଲହରୀ ଖେଳି ଯାଇଛି । ପ୍ରୀତି ହୋଇଛନ୍ତି ଦୁଇଟି ଟ୍ଵିନ ଶିଶୁର ମା । ପ୍ରୀତି ନିଜ ମାତୃତ୍ୱକୁ ନେଉ ଅଧିକ ଖୁସି ଥିବା ସୋସିଆଲ ମିଡିଆରେ ନିଜ ସ୍ୱାମୀଙ୍କ ସହିତ ପୋଷ୍ଟ ସେୟାର କରିଛନ୍ତି ଓ ଏହା ସହିତ ତାଙ୍କର ଯାଆଁଳା ଶିଶୁଙ୍କର ନାମ ମଧ୍ୟ ସେୟାର କରିଛନ୍ତି। ତାଙ୍କ ସ୍ୱାମୀ ଜିନ ଓ ସେ ପ୍ୟାରେଣ୍ଟହୁଡକୁ ନେଇଁ ଖୁସି ଥିବା ସେ କହିଛନ୍ତି । ତାଙ୍କର ପୁଅ ନାମ ରହିଛି ଜୟ ଜିଣ୍ଟା ଗୁଡଏନଫ ଓ ଝିଅର ନାମ ରହିଛି ଜିଆ ଜିଣ୍ଟା ଗୁଡଏନଫ ।

 

 

View this post on Instagram

 

A post shared by Preity G Zinta (@realpz)

ତେବେ ନିଜେ ମାତୃତ୍ୱ ହାସଲ କରିବା ପରେ ପ୍ରୀତିଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି। ସେ ଅତ୍ୟନ୍ତ ଖୁସି ହୋଇ ତାଙ୍କ ମଦରହୁଡ ଜର୍ଣ୍ଣିରେ ସାମିଲ ଥିବା ଡକ୍ତର,ନର୍ସ ଓ ସରୋଗେଟଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତେବେ ପ୍ରୀତି ସରୋଗେସି ଜରିଅଆରେ ମାତୃତ୍ୱ ଲାଭ କରିଛନ୍ତି । ପ୍ରୀତିଙ୍କର ମା ହେବାର ପୋଷ୍ଟ ସେୟାର କରିବା ପରେ ତାଙ୍କୁ ସବୁ ମହଲରୁ ଶୁଭେଚ୍ଛା ମିଳୁଛି । କିଛି ସମୟ ମଧ୍ୟରେ ପ୍ରୀତିଙ୍କର ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି । ତେବେ ପ୍ରୀତି ଜିଣ୍ଟାଙ୍କର ସବୁ ଫ୍ୟାନ୍ସ ତାଙ୍କ କୁନି ବେବିଙ୍କୁ ଦେଖିବା ପାଇଁ ଉତ୍ସାହିତ ଥିବା କମେଣ୍ଟରୁ ଜଣାପଡୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.