Below header

କେନ୍ଦୁଝର: ବ୍ଲକ ଅଫିସର ପରିତ୍ୟକ୍ତ କୋଠରୀରୁ ଉଦ୍ଧାର ମୃତ ମହିଳାଙ୍କ ପରିଚୟ ମିଳିଲା, ପରିବାର ଲୋକେ କହିଲେ ହତ୍ୟା

ଅନନ୍ଦପୁର(କେନ୍ୟୁଜ୍): ଘଷିପୁରା ବ୍ଲକ୍‌ କାର୍ଯ୍ୟାଳୟ ପରିତ୍ୟକ୍ତ କୋଠରୀରୁ ଉଦ୍ଧାର ମୃତ ମହିଳାଙ୍କ ପରିଚୟ ମିଳିଲା । ମୃତ ମହିଳା ସ୍ଥାନୀୟ କେନ୍ଦୁଆ ଗାଁର ଭଗବତୀ ସା। ଗତକାଲି ମୃତଦେହ ନିକଟରୁ ମିଳିଥିବା ମୋବାଇଲ ଫୋନ୍‌ରୁ ତଥ୍ୟ ପାଇ ପୋଲିସ୍‌ ପରିବାର ସହ ଯୋଗାଯୋଗ କରିଥିଲା । ପରିବାର ଲୋକେ ମୃତଦେହ ଭଗବତୀଙ୍କର ବୋଲି ଚିହ୍ନିଥିଲେ । ମୃତଦେହ ଚିହ୍ନଟ ପରେ ଘଟଣା ଉପରୁ ଧୀରେ ଧୀରେ ପରଦା ଉଠିବାରେ ଲାଗିଛି । ପରିବାର ଲୋକେ ଏହା ଆତ୍ମହତ୍ୟା ନୁହଁ ବରଂ ଏହା ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି ।

ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ପଡ଼ୋଶୀ ଗଦାଧର ଦେହୁରୀଙ୍କ ପରିବାର ଲୋକେ ଗତ ଡିସେମ୍ବର ୮ରେ କୌଣସି କାରଣକୁ ନେଇ ଭଗବତୀଙ୍କ ସହ ମାଡପିଟ କରିଥିଲେ । ଏପରିକି ତାଙ୍କୁ ଟଣା ଓଟରା କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ସେଦିନ ଥାନାରେ ଏତଲା ଦେବାକୁ ଯାଇ ଭଗବତୀ ଆଉ ଫେରିନଥିଲେ । ଘଟଣାର ଉପଯୁକ୍ତ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ଅନ୍ୟପଟେ ପୋଲିସ୍‌ ମୃତଦେହ ବ୍ୟବଚ୍ଛେଦ କରାଇ ତଦନ୍ତ ଚଳାଇଛି ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.