ସାତ ଜନ୍ମ ପାଇଁ ଫରହାନ୍‌ ଅଖତରଙ୍କ ହାତ ଧରିଲେ ଶିବାନୀ ଦାଣ୍ଡେକର, ସାମ୍ନାକୁ ଆସିଲା ପ୍ରଥମ ଫଟୋ

ସବୁ ଅପେକ୍ଷାର ଅନ୍ତ ଘଟାଇ ବିବାହ କଲେ ବଲିଉଡ୍‌ର ମୋଷ୍ଟ ଆଡେରବଲ କପଲ ଫରହାନ ଅଖତର ଓ ଶିବାନୀ ଦାଣ୍ଡେକର। ଉଭୟେ ଆଜି ସାତ ଜନ୍ମ ପାଇଁ ସାଥୀ ହୋଇଛନ୍ତି। ଶିବାନୀ ଦାଣ୍ଡେକର ଏବେ ଅଖତର ପରିବାର ବୋହୂ ସାଜିଛନ୍ତି। ଫରହାନ ଓ ଶିବାନୀଙ୍କ ବିବାହର ପ୍ରଥମ ଫଟୋ ସାମ୍ନାକୁ ଆସିଛି। ଫଟୋରେ ବର କନ୍ୟା ବେଶରେ ଫରହାନ ଅଖତର ଓ ଶିବାନୀ ବେଶ୍‌ ସୁନ୍ଦର ଲାଗୁଛନ୍ତି।

farhan
Image Credit: Twitter

ଉଭୟଙ୍କ ବାହାଘର ଫଟୋ ସାମ୍ନାକୁ ଆସିବା ପରେ ଫ୍ୟାନ୍‌ମାନେ ଶୁଭେଚ୍ଛା ଓ ଶୁଭକାମନାରେ ସେମାନଙ୍କୁ ପୋତି ପକାଇଛନ୍ତି। ଉଭୟଙ୍କ ନୂଆ ବୈବାହିକ ଜୀବନ ପାଇଁ ଫ୍ୟାନ୍‌ ମାନେ ଶୁଭେଚ୍ଛା ଜଣାଉଥିବା ଦେଖିବାକୁ ମିଳିଛି। ବାହାଘର ବେଳେ ଫରହାନ ସୁଟ୍‌ ବୁଟ୍‌ ପିନ୍ଧିଥିବା ବେଳେ ଶିବାନୀ ରେଡ୍‌ ଭେଲ୍‌ ପିନ୍ଧିଛନ୍ତି। ଉଭୟେ ବେଶ୍‌ ଖୁସିଥିବାର ଦେଖାଯାଇଛି। ଏ ଅବସରରେ ଫରହାନ-ଶିବାନୀ ଡ୍ୟାନ୍ସ ବି କରିଛନ୍ତି, ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି।

Farhan
Image Credit: Instagram

ପାଖାପାଖି ୪ ବର୍ଷ ଧରି ଡେଟ୍‌ କରିବା ପରେ ପରସ୍ପର ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏହି ଯୋଡ଼ି। ଅଖତର ଫ୍ୟାମିଲିର ଖଣ୍ଡାଲା ସ୍ଥିତ ଫାର୍ମ ହାଉସ୍‌ରେ ଆଜି ଏହି ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଛି। ଉଭୟେ ହିନ୍ଦୁ ରୀତି ନୀତିରେ କି ମୁସ୍‌ଲିମ୍‌ ନୀତିରେ ବିବାହ କରି ନାହାନ୍ତି। ବରଂ କିଛି ହଟ୍‌କେ କରିଛନ୍ତି। ଶିବାନୀ ଓ ଫରହାନ Vow ଓ ରିଂ ସେରିମନି କରି ସାତ ଜନ୍ମ ପାଇଁ ସାଥୀ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.