Below header

ଘରେ ଶିବ ଲିଙ୍ଗ ରଖିବା ପୂର୍ବରୁ ନିଶ୍ଚୟ ଜାଣନ୍ତୁ ଏସବୁ କଥା, ନଚେତ୍‌ ଅସନ୍ତୁଷ୍ଟ ଦେବେ ମହାଦେବ

ଭଗବାନ ଶିବଙ୍କୁ ଭୋଳାନାଥ ମଧ୍ୟ କୁହାଯାଏ। ସନାତନ ଧର୍ମରେ ଶିବଲିଙ୍ଗଙ୍କ ପୂଜାର ବିଶେଷ ମହତ୍ତ୍ୱ ରହିଛି। ଶିବ ପୁରାଣରେ କୁହାଯାଇଛି ଯେ ଶିବଲିଙ୍ଗର ପୂଜା କରିବା ଦ୍ୱାରା ମହାଦେବ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ଓ ମନସ୍କାମନା ପୂରଣ କରିଥାନ୍ତି। ତେବେ କେବଳ ମନ୍ଦିରରେ ନୁହେଁ, ଅଧିକାଂଶ ଲୋକ ଘରେ ବି ଶିବ ଲିଙ୍ଗ ରଖି ପୂଜା କରିଥାନ୍ତି। କିନ୍ତୁ ଶିବ ଲିଙ୍ଗକୁ ଘରେ ରଖିବାକୁ ହେଲେ କେତେକ କଥା ଜାଣିବା ନିହାତି ଜରୁରୀ, ନଚେତ୍‌ ଶୁଭ ବଦଳରେ ଅଶୁଭ ଫଳ ମିଳିବା ଆରମ୍ଭ ହୋଇଯିବ। ତେବେ ଆସନ୍ତୁ ଜାଣିବା ଲିଙ୍ଗ ରଖୁଥିଲେ କି କି ନିୟମ ମାନିବା ଆବଶ୍ୟକ…

  • ଘରେ ସ୍ଥାପନ କରୁଥିବା ଶିବ ଲିଙ୍ଗର ଆକାର ଆଙ୍ଗୁଠି ଠାରୁ ବଡ଼ ହୋଇନଥିବା ଆବଶ୍ୟକ। ଆଙ୍ଗୁଠି ଆକାର ଠାରୁ ବଡ଼ ଲିଙ୍ଗକୁ କେବଳ ମନ୍ଦିରରେ ହିଁ ପୂଜା କରାଯାଏ, ଏଥିରେ ପ୍ରାଣ ପ୍ରତିଷ୍ଠା ହୋଇଥାଏ। ଏଣୁ ଘରେ ଆଙ୍ଗୁଠି ଠାରୁ ବଡ଼ ଲିଙ୍ଗ ରଖନ୍ତୁ ନାହିଁ।
  • ଘରେ ଗୋଟିଏରୁ ଅଧିକ ଶିବ ଲିଙ୍ଗ ସ୍ଥାପନ କରିବା ଅନୁଚିତ। ଶିବ ଗୋଟିଏ। ଏଣୁ ଗୋଟିଏ ଘରେ ଯଦି ଭିନ୍ନ ଭିନ୍ନ ଲିଙ୍ଗ ପୂଜା କରାଯାଏ, ତେବେ ଏହା ଫଳଦାୟୀ ହୋଇନଥାଏ।
  • ଘରେ ପୂଜା କରୁଥିବା ଶିବ ଲିଙ୍ଗ ସୁନା, ଚାନ୍ଦୀ କିମ୍ବା ତମ୍ବାର ହିଁ ହୋଇଥିବା ଆବଶ୍ୟକ। ପ୍ଲାଷ୍ଟିକ୍‌ କିମ୍ବା ଅନ୍ୟ ଧାତୁର ଶିବ ଲିଙ୍ଗକୁ ଘରେ ପୂଜା କଲେ ଫଳ ମିଳେ ନାହିଁ।
  • ଆପଣ ଚାହିଁଲେ ଘରେ ପାରଦ ଶିବଲିଙ୍ଗ ମଧ୍ୟ ସ୍ଥାପନ କରିପାରିବେ। ନଚେତ୍‌ ନର୍ମଦା ନଦୀର ପଥରରେ ନିର୍ମିତ ଶିବଲିଙ୍ଗକୁ ମଧ୍ୟ ଘରେ ରଖି ହେବ।
  • ଶିବ ଜଣେ ପରିବାର ଥିବା ଠାକୁର। ଏଣୁ ଘରେ ଲିଙ୍ଗ ପ୍ରତିଷ୍ଠା କରୁଥିଲେ ଆଖପାଖରେ ଶିବଙ୍କ ପୂରା ପରିବାରର ଫଟୋ ବି ରଖନ୍ତୁ।
  • ଯଦି ଘରେ ଶିବ ଲିଙ୍ଗ ରଖୁଛନ୍ତି, ତେବେ ନିୟମିତ ଜଳ କିମ୍ବା କ୍ଷୀର ଲାଗି କରନ୍ତୁ।
  • ଆପଣ ଚାହିଁଲେ ଶିବ ଲିଙ୍ଗରେ ଏକ ଜଳଧାରା ବି ଲଗାଇପାରିବେ। ଏହା ଦ୍ୱାରା ଭଗବାନ ଶିବ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି।
  • ଶିବ ଲିଙ୍ଗରେ ଭୁଲରେ ବି କେତକୀ ଫୁଲ, ସିନ୍ଦୁର, ତୁଳସୀ ଓ ହଳଦୀ ଅର୍ପଣ କରନ୍ତୁ ନାହିଁ। ଏହା ଦ୍ୱାରା ଶିବ ରାଗି ଯାଆନ୍ତି ଓ କାମ ହେବା ଜାଗାରେ ବିଗିଡ଼ିଯାଏ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.