ଅଭାବନୀୟ ଘଟଣା : ଫାସି ଲଗାଇ ଦମ୍ପତି କରିଛନ୍ତି ଆତ୍ମହତ୍ୟା

ଭୁବନେଶ୍ବର: ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲାର। ବେକରେ ରଶି ଲାଗାଇ ଆତ୍ମହତ୍ୟା କରିଛନ୍ତି ଦମ୍ପତ୍ତି। ଘଟଣା ଘଟିଛି ଖୋର୍ଦ୍ଧା ଟାଉନଥାନା ଠେଙ୍ଗାହାଟରେ। ମୃତ ଦମ୍ପତି ହେଉଛନ୍ତି ସୌମ୍ୟକାନ୍ତ ପଟ୍ଟନାୟକ ଓ ସୁଚିସ୍ମିତା ପଟ୍ଟନାୟକ। ତାଙ୍କ ୮ ବର୍ଷର ଝିଅକୁ ମଧ୍ୟ ଫ୍ୟାନ୍‌ରେ ଝୁଲାଇ ଦେଇଥିଲେ। କିନ୍ତୁ ତାର ଗୋଡ ତଳେ ଲାଗିଯିବାରୁ ସେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିବା ସୂଚନା ମିଳିଛି । ତାକୁ ଚିକିତ୍ସା ପାଇଁ ଭୁନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ଏକ ଘରୋଇ କେମିକାଲ କମ୍ପାନୀରେ ସୌମ୍ୟକାନ୍ତ କାମ କରୁଥିଲେ। ପ୍ରାପ୍ୟକୁ ନେଇ ତାଙ୍କର ବିବାଦ ଚାଲିଥିଲା । ଏହାକୁ ନେଇ ସେ ଲେବର କୋର୍ଟରେ ମଧ୍ୟ କେସ କରିଥିଲେ। ଏହି କାରଣରୁ ଆତ୍ମହତ୍ୟା କରିଥିବା ସଂଦେହ କରାଯାଉଛି। ତାଙ୍କ ନିଜ ଘର ବାଙ୍କୀ ପଥୁରିପଡା ଗାଁରେ। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ସ୍ପଷ୍ଟ ଜଣାପଡିନଥିବାବେଳେ ପୋଲିସ ତଦନ୍ତ କରୁଛି।

Leave A Reply

Your email address will not be published.