Below header

ଶିଶୁ ଏବଂ ଯୌନ ନିର୍ଯାତନା ବିରୋଧରେ ସଚେତନତା ସୃଷ୍ଟି ପାଇଁ କିମସରେ କର୍ମଶାଳା

ଭୁବନେଶ୍ବର(କେନ୍ୟୁଜ୍) : ଶିଶୁମାନଙ୍କ ପ୍ରତି ଯୌନ ନିର୍ଯାତନା ବିରୋଧରେ ସଚେତନତା ସୃଷ୍ଟି ପାଇଁ ଇଣ୍ଡିଆନ ସାଇକ୍ରିଆଟିକ ସୋସାଇଟି ଓ କିମସ ମିଳିତ ଆନୁକୂଲ୍ୟରେ କର୍ମଶାଳା । ଯୌନ ନିର‌୍ୟାତନା ଦ୍ୱାରା ଶିଶୁମାନେ ମାନସିକ ସ୍ତରରେ ଗଭୀର ଭାବେ ପ୍ରଭାବିତ ହେଉଛନ୍ତି । ଭବିଷ୍ୟତରେ ଏହା ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ଏହା ଉପରେ କର୍ମଶାଳାରେ ଆଲୋଚନା କରାଯାଇଛି। ଏହି କର୍ମଶାଳାରେ ଓଡିଶାର ବିଭିନ୍ନ ମେଡିକାଲ କଲେଜର ଛାତ୍ରଛାତ୍ରୀ, ବିଶେଷଜ୍ଞମାନେ ଭାଗ ନେଇଥିଲେ । ବେଙ୍ଗାଲୁର ନିମହାନସରୁ ବିଶେଷଜ୍ଞ ଶେଖର ଶିଷାଦ୍ରୀ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କିମସ ଚାଇଲଡ ସାଇକ୍ରିଆଟିକ ବିଭାଗ ମୁଖ୍ୟ ଡାକ୍ତର ଆର.ସି ଦାସ ଓ ଜିଜ୍ଞାସା ଇପସିତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.