ଆପଣ ଜାଣିଛନ୍ତି କି, ଜୁକର ବର୍ଗଙ୍କ ସୁରକ୍ଷା ପାଇଁ ଫେସବୁକ୍ ଖର୍ଚ୍ଚ କରୁଛି ୧୫୬ କୋଟି ଟଙ୍କା

କାଲିର୍ଫୋର୍ଣ୍ଣିଆ : ସୋସିଆଲ ନେଟୱକିଂ ସାଇଟ ଫେସବୁକ୍, ଯେଉଁଥିରେ ଗ୍ରାହକଙ୍କ ଡାଟା ଅସୁରକ୍ଷିତ ପାଇଁ ଅନେକ ଆରୋପ ଲାଗିଥାଏ। ଆପଣ ଜାଣିଛନ୍ତି କମ୍ପାନୀ ଏହାର ସିଇଓ ତଥା କୋ-ଫାଉଣ୍ଡର ମାର୍କ ଜୁକର ବର୍ଗଙ୍କ ସୁରକ୍ଷାରେ କେତେ ଟଙ୍କା ଖର୍ଚ୍ଚ କରିଥାଏ। ଅପଣ ଜାଣି ଆଶ୍ଚର୍ୟ୍ୟ ହେବେ, ମାର୍କ ଜୁକରବର୍ଗଙ୍କ ପରିବାରର ସୁରକ୍ଷାରେ ପାଖାପାଖି ୧୫୬,୩୦,୫୦ ଟଙ୍କା ଖର୍ଚ୍ଚ କରାଯାଇଥାଏ। ଜୁକରବର୍ଗ ଏବଂ ତାଙ୍କ ପରିବାରର ସୁରକ୍ଷାରେ ୨୨.୬ ମିଲିୟନ ଡଲାର ଖର୍ଚ୍ଚ ହୋଇଥାଏ ଯେଉଁଥିରେ ୨.୬ ମିଲିୟନ ଡଲାରର ଜୁକରବର୍ଗଙ୍କ ପ୍ରାଇଭେଟ ଜେଟରେ ଖର୍ଚ୍ଚ ହୋଇଥାଏ। କମ୍ପାନି ଅନୁଯାୟୀ ମାର୍କଙ୍କ ସଂପୂର୍ଣ୍ଣ ସୁରକ୍ଷାରେ ୧୫୬କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ।
ଫେସବୁକ୍ ତରଫରୁ ଜାରି କରାଯାଇଥିବା ସୂଚନା ମୁତାକବ, ୨୦୧୮ ମସିହାରେ ଜୁକରବର୍ଗଙ୍କ ସୁରକ୍ଷାରେ ପାଖାପାଖି ୨୨.୬ ମିଲିୟନ ଡଲାର ଖର୍ଚ୍ଚ ହୋଇଥିଲା। ଯାହା ୨୦୧୭ ମସିହାରୁ ଖୁବ ଅଧିକ ଥିଲା। ଏଥିସହ ବିଗତ ତିନି ବର୍ଷ ହେଲା ଜୁକରବର୍ଗଙ୍କୁ ଦରମା ହିସାବରେ ପାଖାପାଖି ୨୨.୬ମିଲିୟନ ଡଲାର ପାଖାପାଖି ଦିଆଯାଉଛି। ଏଥିରେ ତାଙ୍କ ସୁରକ୍ଷା ପଛରେ ଖର୍ଚ୍ଚ ହେଉଥିବା ଟଙ୍କା ମଧ୍ୟ ସାମିଲ ରହିଛି।