Below header

କର୍ତ୍ତବ୍ୟ ନିଷ୍ଠାର ଉଦାହରଣ : ଇଭିଏମ୍‌ ଧରି ବଣ୍ଡାଘାଟିରୁ ଚାଲି ଚାଲି ଆସିଲା ପୋଲିଂ ପାର୍ଟି

ମାଲକାନଗିରି (କେ ନ୍ୟୁଜ୍‌) : ଲାଲଗଡ଼ରେ ସୁରୁଖୁରୁରେ ସରିଛି ମତଦାନ । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଅବିଭକ୍ତ କୋରାପୁଟ୍‌ ଜିଲ୍ଲାରେ ଭୋଟ୍‌ ଗ୍ରହଣ ହୋଇଥିଲା । ତେବେ ମାଓ ହିଂସା ଆଶଙ୍କା ଥିବା ମାଲକାନଗିରିରେ ବିନା ବାଧାରେ ଶେଷ ହୋଇଛି ମତଦାନ ପ୍ରକ୍ରିୟା । ଏହା

BONDAGHATI-2

ପରେ ସିଲ୍‌ ହୋଇଥିବା ଇଭିଏମ୍‌ ସବୁ ଆସି ଷ୍ଟ୍ରଙ୍ଗରୁମ୍‌ରେ ମଧ୍ୟ ରହି ସାରିଛି । ଏମିତିକି ବଣ୍ଡା ଘାଟି ଭଳି ଦୁର୍ଗମ ଅଞ୍ଚଳରେ ମଧ୍ୟ ଭଲରେ ଭଲରେ ହୋଇଥିଲା ଭୋଟ୍‌ ଗ୍ରହଣ । ତେବେ ଦୁର୍ଗମ ବଣ୍ଡାଘାଟି ମୁଦୁଲିପଡ଼ାକୁ ଯାଇଥିବା ପୋଲିଂ କର୍ମଚାରୀମାନେ ଅନେକ ଅସୁବିଧାରେ ଫେରିଥିଲେ । ସେମାନଙ୍କୁ ଆଣିବା ପାଇଁ ଯାନବାହନର ବ୍ୟବସ୍ଥା ହୋଇ ପାରିଲା ନାହିଁ । ଭୋଟ୍‌ ଗ୍ରହଣ ଶେଷ ହେବା ପରେ ସେମାନେ ଇଭିଏମ୍‌କୁ ସିଲ୍‌ କରି ଅପେକ୍ଷା କଲେ । ହେଲେ କୌଣସି ଭାବେ ଫେରିବାର ବ୍ୟବସ୍ଥା ହୋଇ ନପାରିବାରୁ ନିଜେ ଇଭିଏମ୍‌ ସବୁ ବୋହି ସୁରକ୍ଷା କର୍ମୀଙ୍କ ସହିତ ପାହାଡ଼ ଓ ଜଙ୍ଗଲ ରାସ୍ତାରେ ଚାଲି ଚାଲି ଫେରିଲେ ।

ବାଟରେ ରାତି ହୋଇଗଲା । ବର୍ଷା ପବନ ବି ଆସିଲା । ଏପଟେ ମାଓବାଦୀଙ୍କ ଭୟ ବି ଥିଲା । ତେବେ ସେମାନେ ଅଧାବାଟରେ ରାତି କାଟିଲେ । ଏସ୍‌ଓଜି ଓ ବିଏସ୍‌ଏଫ୍‌ ସୁରକ୍ଷା କର୍ମୀ ତାଙ୍କ ସାଙ୍ଗରେ ଥିଲେ । ବର୍ଷା, ପବନ ଯୋଗୁଁ ସେମାନେ ଏସ୍‌ଓଜିଙ୍କ ଟେଣ୍ଟ ଭିତରେ ରାତି କଟାଇ ୧୨ ତାରିଖ ସକାଳେ ଖଇରପୁଟକୁ ଫେରିଲେ । ମୁଦୁଲିପଡ଼ାରୁ ଖଇରପୁଟ ୧୫ କିମି ଦୂର ପାହାଡ଼ିଆ ରାସ୍ତା ଦେଇ ସେମାନେ ଲକ୍ଷ୍ୟସ୍ଥଳରେ ପହଞ୍ଚିଥିଲେ ।
ସେମାନଙ୍କ ଫେରିବା ପାଇଁ ଯାନବାହନର ବ୍ୟବସ୍ଥା କରାଯାଇ ପାରିନଥିବାରୁ ଦୁଃଖ ପ୍ରକାଶ କରିଛି ପ୍ରଶାସନ । ତେବେ ଏହି ପୋଲିଂ କର୍ମଚାରୀମାନଙ୍କ ସାହସ ଓ କର୍ତ୍ତବ୍ୟନିଷ୍ଠାକୁ ନିର୍ବାଚନ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରଶାସନ ଏବଂ ସାଧାରଣ ଜନତା ସମସ୍ତେ ଖୁବ୍‌ ପ୍ରଶଂସା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.