କିଟ୍‌ ବିଶ୍ୱବିଦ୍ୟାଳୟକୁ ମିଳିଲା ଏଜୁକେସନ ଏମିନେନ୍ସ ୨୦୨୧ ସମ୍ମାନ

ଭୁବନେଶ୍ୱର : କିଟ୍‌ ବିଶ୍ୱବିଦ୍ୟାଳୟକୁ ମିଳିଲା ଏଜୁକେସନ ଏମିନେନ୍ସ ୨୦୨୧ ସମ୍ମାନ। ବୈଦ୍ୟୁତିକ ଗଣମାଧ୍ୟମ ସଂସ୍ଥା ‘ନିଉଜ 18 ବାଂଲା’ ପକ୍ଷରୁ ମିଳିଛି ଏହି ସମ୍ମାନ। କୋଲକାତାରେ ଆୟୋଜିତ ଏକ ସମାରୋହରେ ଏହି ସମ୍ମାନ ପ୍ରଦାନ କରାଯାଇଛି।

ଉପସ୍ଥିତ ଶିକ୍ଷାବିତ କିଟ୍ ଓ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ନିଷ୍ଠା ଓ ତ୍ୟାଗ ସମ୍ବନ୍ଧରେ ସୂଚନା ଦେବା ସହ କିଟ ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ରତାକୁ ପ୍ରଶଂସା କରିଥିଲେ। କିଟର ଉପକୁଳପତି ଡ. ସସ୍ମିତା ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

କିନ୍ତୁ ଡ. ସସ୍ମିତା ସାମନ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇପାରିନଥିବାରୁ ତାଙ୍କ ପକ୍ଷରୁ କଳିଙ୍ଗ ଟିଭି କୋଲକାତା ବ୍ୟୁରୋ ହେଡ ପ୍ରମୋଦ ମହାନ୍ତି ପ୍ରଶଂସା ପତ୍ର ଓ ସ୍ମାରକୀ ଗ୍ରହଣ କରିଥିଲେ ।

ପଶ୍ଚିମବଙ୍ଗ ଶିକ୍ଷା ପରିଷଦ ସଭାପତି କଲ୍ୟାଣମୟ ବନ୍ଦୋପାଧ୍ୟାୟ ଏହି ସମ୍ମାନ ପ୍ରଦାନ କରିଥିଲେ। ଉପକୁଳପତି ଡ. ସସ୍ମିତା ସାମନ୍ତଙ୍କ ସାକ୍ଷାତକାର ଏହି କାର୍ଯ୍ୟକ୍ରମରେ ପ୍ରଦର୍ଶିତ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.