ଲକଡାଉନ ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରାଜଧାନୀର ଦେହଜୀବୀ, କିଟ୍‌ ଓ କିସ୍‌ ପକ୍ଷରୁ କରାଗଲା ଖାଦ୍ୟ ବଣ୍ଟନ

ଭୁବନେଶ୍ୱର (କେନ୍ୟୁଜ୍‌) : ତାଲାବନ୍ଦ ଯୋଗୁଁ ଭୋକ ଉପବାସରେ ରହି ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଖାରବେଳ ନଗର ମାଳିସାହି ବସ୍ତିର ଦେହଜୀବୀମାନଙ୍କୁ କିଟ୍‌ ଓ କିସ୍‌ ପକ୍ଷରୁ ଆଜି ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରାଯାଇଛି । କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପରାମର୍ଶ କ୍ରମେ କିଟ୍‌ ଓ କିସ୍‌ର କର୍ମଚାରୀମାନେ ଏହି ଲୋକମାନଙ୍କୁ ଚୁଡ଼ା, ଚାଉଳ, ଚିନି, ସୁଜି, ଡାଲି, ମଟର, ତେଲ, ଲୁଣ, ଫୁଟଣ, ହଳଦୀ, ସାବୁନ ଆଦି ବଣ୍ଟନ କରିଥିଲେ । ଏହାସହିତ ସୁସ୍ଥ ରହିବା ପାଇଁ ସେମାନଙ୍କୁ ସାନିଟାରୀ ନାପ୍‌କିନ୍‌ ଓ ମାସ୍କ ମଧ୍ୟ ବଣ୍ଟନ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.