କିଟ୍ ବିଶ୍ୱବିଦ୍ୟାଳୟକୁ ଜାତୀୟ ସ୍ତରର ସମ୍ମାନ, ଇଣ୍ଡିଆ ପ୍ରାଇଭେଟ ହାୟର ଏଜୁକେସନ ଗ୍ରାଣ୍ଡ ଜୁରି ପୁରସ୍କାର

କିଟ୍ ବିଶ୍ୱବିଦ୍ୟାଳୟକୁ ଜାତୀୟ ସ୍ତରର ସମ୍ମାନ । ବେଙ୍ଗାଳୁରୁ ସ୍ଥିିତ ତାଜ ହୋଟେଲରେ ଆୟୋଜିତ କାର‌୍ୟ୍ୟକ୍ରମରେ ‘ଏଜୁକେସନ ଓ୍ଵାର୍ଲ୍ଡ ପକ୍ଷରୁ ଇଣ୍ଡିଆ ପ୍ରାଇଭେଟ ହାୟର ଏଜୁକେସନ ଗ୍ରାଣ୍ଡ ଜୁରି ୨୦୧୯-୨୦ ପୁରସ୍କାର ମିଳିଛି । କିଟ୍ ବିଶ୍ୱବିଦ୍ୟାଳୟକୁ ଜାତୀୟ ସ୍ତରରେ ଦଶମ ଓ ଓଡ଼ିଶାର ପ୍ରଥମ ସ୍ଥାନର ମାନ୍ୟତା ମିଳିଛି । ସେହିପରି ବି-ସ୍କୁଲ ଓ ଇଂଜିନିୟରିଂ ପୁରସ୍କାର ବି ମିଳିଛି । କିଟ ପକ୍ଷରୁ ସହକାରୀ ନିର୍ଦ୍ଦେଶିକା ସସ୍ମିତା ରାଉତ ପୁରସ୍କାର ଗ୍ରହଣ କରିଛନ୍ତି । କାର‌୍ୟ୍ୟକ୍ରମରେ ସମସ୍ତେ କିଟ୍ ଓ କିସର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ପ୍ରଶଂସା କରିଛନ୍ତି । ଏଜୁକେସନ ଓ୍ଵାର୍ଲ୍ଡ ପକ୍ଷରୁ ୭ ଶହରୁ ଅଧିକ ନାମୀଦାମୀ ବିଶ୍ୱବିଦ୍ୟାଳୟଙ୍କୁ ନେଇ ୩ ମାସ ଧରି ସର୍ଭେ ହୋଇଥିଲା । ୯ଟି ମାପଦଣ୍ଡ ଉପରେ ସର୍ଭେ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.