ଆଜିଠାରୁ ବାରିପଦା କିସ୍‌ କ୍ୟାମ୍ପସରେ ପୁଣି କାର୍ଯ୍ୟକ୍ଷମ ହେଲା କିମ୍ସ କୋଭିଡ୍‌ ହସ୍ପିଟାଲ୍

ଭୁବନେଶ୍ବର: ଆଜିଠାରୁ ବାରିପଦା କିସ୍‌ କ୍ୟାମ୍ପସରେ ପୁଣି କାର୍ଯ୍ୟକ୍ଷମ ହେଲା କିମ୍ସ କୋଭିଡ୍‌ ହସପିଟାଲ । ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ୍‌ ଭରଦ୍ୱାଜ୍‌ ଆଜି ଏହାକୁ ଲୋକାର୍ପିତ କରିଛନ୍ତି । ୧୧୦ ଶଯ୍ୟା ବିଶିଷ୍ଟ ଏହି କୋଭିଡ୍‌ ହସପିଟାଲରେ ରହିଛି ୨୦ ଆଇସିୟୁ ଓ ୧୦ ଏଚ୍‌ଡିୟୁ। ୧୦ଟି ଭେଣ୍ଟିଲେଟର ମଧ୍ୟ ପ୍ରସ୍ତୁତ ରହିଛି ।

ବାରିପଦା କିମ୍‌ସ କୋଭିଡ ହସପିଟାଲରେ ୪୦ ଜଣ ଡାକ୍ତର, ନର୍ସ ଓ ପାରା ମେଡିକାଲ ଷ୍ଟାଫ୍‌ ନିୟୋଜିତ ହୋଇଛନ୍ତି । କରୋନାର ପ୍ରଥମ ଲହର ସମୟରେ କିମ୍ସ ଦ୍ୱାରା ପରିଚାଳିତ ଏହି କୋଭିଡ୍‌ ଚିକିତ୍ସାଳୟ ଯୋଗୁଁ ମୟୂରଭଂଜ ଜିଲ୍ଲାର ବହୁ ରୋଗୀ ଉପକୃତ ହୋଇଛନ୍ତି । ସେଥିପାଇଁ ପୁଣି ଥରେ ଜିଲ୍ଲା ପ୍ରଶାସନ କିମ୍ସ ଉପରେ ଆସ୍ଥା ପ୍ରକଟ କରି କରୋନା ଦ୍ୱିତୀୟ ଲହର ସମୟରେ ଗୁରୁ ଦାୟିତ୍ୱ ଅର୍ପଣ କରିଛି।

ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କିମ୍ସ ଦ୍ୱାରା ପରିଚାଳିତ ହେବ ଏହି କୋଭିଡ୍‌ ଚିକିତ୍ସାଳୟ। ଆଗାମୀ ୭ ଦିନ ମଧ୍ୟରେ ଏହି ହସପିଟାଲର ବେଡ ସଂଖ୍ୟା ୨ଶହକୁ ବୃଦ୍ଧି କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ। ସମସ୍ତ ରୋଗୀକୁ ଏଠାରେ ଉତ୍ତମ ଚିକିତ୍ସା ପ୍ରଦାନ କରାଯିବା ସହ ପୁଷ୍ଟିକର ଖାଦ୍ୟ ମଧ୍ୟ ଯୋଗାଇ ଦିଆଯିବ ବୋଲି କହିଛନ୍ତି ବାରିପଦା କିମ୍ସ କୋଭିଡ୍‌ ହସ୍‌ପିଟାଲର ନୋଡାଲ ଅଧିକାରୀ ଡାକ୍ତର ସରୋଜ କୁମାର ସାହୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.