କିମ୍ସରେ ଖୋଲିଲା ଅତ୍ୟାଧୁନିକ ଷ୍ଟ୍ରୋକ୍ ସେଣ୍ଟର, ଉଦଘାଟନ କଲେ କିମ୍ସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ

ଭୁବନେଶ୍ବରରେ କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ ସାଇନ୍ସେସ୍ (କିମ୍ସ) ହସ୍ପିଟାଲରେ ଅତ୍ୟାଧୁନିକ ଷ୍ଟ୍ରୋକ୍ ସେଣ୍ଟର ଉଦଘାଟିତ ହୋଇଛି । କିଟ୍, କିସ୍ ଓ କିମ୍ସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଏହାକୁ ଉଦ୍ଘାଟନ କରିଛନ୍ତି ।

ଭୁବନେଶ୍ବର(କେନ୍ୟୁଜ୍‌): ଭୁବନେଶ୍ବରରେ କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ ସାଇନ୍ସେସ୍ (କିମ୍ସ) ହସ୍ପିଟାଲରେ ଅତ୍ୟାଧୁନିକ ଷ୍ଟ୍ରୋକ୍ ସେଣ୍ଟର ଉଦଘାଟିତ ହୋଇଛି । କିଟ୍, କିସ୍ ଓ କିମ୍ସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଏହାକୁ ଉଦ୍ଘାଟନ କରିଛନ୍ତି । ମୃତ୍ୟୁର କାରଣ ପାଲଟୁଥିବା ବିଭିନ୍ନ ପ୍ରକାର ଷ୍ଟ୍ରୋକ୍ ପ୍ରଭାବର ମୁକାବିଲା ପାଇଁ ଏଠାରେ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ରହିଛି ।

ଏହି ସେଣ୍ଟରରେ ଏକ ଉତ୍ସର୍ଗୀକୃତ ଷ୍ଟ୍ରୋକ୍ ବିଶେଷଜ୍ଞ ଟିମ୍ ରହିଥିବା ବେଳେ ନବୀନତମ ନିଦାନ ଓ ଚିକିତ୍ସା ପଦ୍ଧତି ଉପଲବ୍ଧ । ଏହି ସେଣ୍ଟର ତ୍ୱରିତ ରୋଗୀ କୈନ୍ଦ୍ରିକ ଯତ୍ନ ନିମନ୍ତେ ପ୍ରତିବଦ୍ଧ । ଷ୍ଟ୍ରୋକ୍ ହୋଇଥିବା ରୋଗୀ ଉପଯୁକ୍ତ ସମୟରେ ସଙ୍କଟାପନ୍ନ ପରିସ୍ଥିତିରେ ଜରୁରୀ ଚିକିତ୍ସା ଆବଶ୍ୟକ କରିଥାନ୍ତି । ଷ୍ଟ୍ରୋକ୍ର ତ୍ୱରିତ ଚିକିତ୍ସାର ଆବଶ୍ୟକତା ସମ୍ପର୍କରେ ଅଭିଜ୍ଞତା ଥିବା ବିଶେଷଜ୍ଞଙ୍କ ଦ୍ୱାରା କିମ୍ସର ଏହି ଷ୍ଟ୍ରୋକ୍ ସେଣ୍ଟରରେ ରୋଗୀଙ୍କୁ ସର୍ବୋତ୍କୃଷ୍ଟ ଯତ୍ନ ସୁନିଶ୍ଚିତ କରିବା ସହ ଉତ୍ତମ ଚିକିତ୍ସା ପ୍ରଦାନ କରାଯାଇଥାଏ । ଏହି ସେଣ୍ଟରରେ ୨୪ ଘଣ୍ଟିଆ ଷ୍ଟ୍ରୋକ୍ ବିଶେଷଜ୍ଞ ଉପଲବ୍ଧ ରହୁଥିବା ବେଳେ ଏଠାରେ ସିଟି ସ୍କାନ୍, ଏମ୍ଆରଆଇ, ଠିକ୍ ସମୟରେ କ୍ଲଟ୍-ବୁଷ୍ଟିଂ ମେଡ଼ିସିନ୍ର ଉପଯୋଗ ଏବଂ ଆବଶ୍ୟକ ଅନୁଯାୟୀ ମିନିମାଲି ଇନ୍ଭାସିଭ କ୍ଲଟ୍ ରିମୁଭାଲ୍ ପଦ୍ଧତି ଓ ତ୍ୱରିତ ନିଦାନ ସୁବିଧା ରହିଛି ।

ବିଶେଷଜ୍ଞଙ୍କ ଯତ୍ନ, ସମ୍ପୂର୍ଣ୍ଣ ପୁନର୍ବାସ କାର୍ଯ୍ୟକ୍ରମ ସହ ରୋଗୀମାନେ ସ୍ୱତନ୍ତ୍ର ଷ୍ଟ୍ରୋକ୍ ୟୁନିଟ୍ର ସୁବିଧା ପାଇପାରିବେ । ଓଡ଼ିଶାରେ ଏହି ଷ୍ଟ୍ରୋକ୍ କେନ୍ଦ୍ର ଖୋଲିବା ଦ୍ୱାରା ରାଜ୍ୟରେ ସ୍ୱାସ୍ଥ୍ୟସେବା ଆଉ ପାଦେ ଆଗକୁ ବଢ଼ିଛି ।ଏହି ଅତ୍ୟାଧୁନିକ ଷ୍ଟ୍ରୋକ୍ ସେଣ୍ଟର ପ୍ରତିଷ୍ଠା ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେଇଥିବାରୁ ସେଣ୍ଟରର ବିଶେଷଜ୍ଞ ଦଳ କିଟ୍, କିସ୍ ଓ କିମ୍ସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.