ନିରନ୍ତର ଗୁଣାତ୍ମକ ଶିକ୍ଷାଦାନ ପାଇଁ କିସ୍‌କୁ ମିଳିଛି ଅନ୍ତର୍ଜାତୀୟ ଶିକ୍ଷା ସମ୍ମାନ-୨୦୨୦

ଭୁବନେଶ୍ୱର(କେନ୍ୟୁଜ୍‌) : ନିରନ୍ତର ଗୁଣାତ୍ମକ ଶିକ୍ଷାଦାନ ପାଇଁ କିସ୍‌କୁ ମିଳିଛି ଅନ୍ତର୍ଜାତୀୟ ଶିକ୍ଷା ସମ୍ମାନ-୨୦୨୦ । କାଇଟ ଏଜୁକେସନ ଦ୍ୱାରା ଅନଲାଇନରେ ଅନୁଷ୍ଠିତ ଇଣ୍ଟରନ୍ୟାସନାଲ ଏଜୁକେସନ ଆୱାର୍ଡ ସମ୍ମିଳନୀରେ କିସ୍କୁ ଏହି ସମ୍ମାନ ଗତ ଡିସେମ୍ବର ୧୯ ତାରିଖରେ ପ୍ରଦାନ କରାଯାଇଛି ।

କିସ୍ ର  ଶିକ୍ଷକ ପିଏଚଡି ସ୍କଲାର ଲିଙ୍ଗରାଜ ରାୟ ଏହି ପୁରସ୍କାର ଗ୍ରହଣ କରିଛନ୍ତି । କିସ୍ ଗୁଣାତ୍ମକ ଶିକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ଦିଗରେ ନିରନ୍ତର କାର୍ଯ୍ୟ କରିଆସୁଛି । ଏପରିକି କରୋନା ମହାମାରୀ ସମୟରେ ଅନଲାଇନରେ ଓ କଳିଙ୍ଗ ଟିଭି ଜରିଆରେ ପିଲାମାନଙ୍କୁ ନିରନ୍ତର ଶିକ୍ଷାଦାନ ଜାରି ରଖିଛି । ଏହି ସଫଳତାରେ ଲିଙ୍ଗରାଜ ରାୟଙ୍କୁ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଶୁଭେଚ୍ଛା ଜଣାଇଛନ୍ତି ।.

 

Leave A Reply

Your email address will not be published.