Below header

ବଜାୟ ରହିବ ପରମ୍ପରା, ୧୯ରେ ହେବ ଶୁଳିଆ ଯାତ୍ରା, ପଡିବ ବଳି

ବଲାଙ୍ଗିର (କେନ୍ୟୁଜ) : ଆସନ୍ତା ୧୯ ତାରିଖରେ ଆଦିବାସୀ ଙ୍କ ପ୍ରସିଦ୍ଧ ଶୁଳିଆ ଯାତ୍ରା । ପ୍ରତି ବର୍ଷ ପୌଷ ମାସ ଶୁକ୍ଳ ପକ୍ଷ ପ୍ରଥମ ମଙ୍ଗଳ ବାରରେ ଏହି ଯାତ୍ରା ପାଳନ କରାଯାଏ । ଚଳିତ ବର୍ଷ କୋଭିଡ କଟକଣା ମାନି ପରମ୍ପରା ବଜାୟ ରଖିବାକୁ ପୂଜା କମିଟିର ନିଷ୍ପତ୍ତି । ପୀଠରେ ବଳୀ ପ୍ରଥା ବଜାୟ ରଖିବାକୁ ଆଜି ଖଇର ଗୁଡା ମୁଖ୍ୟ ଖଳା (ପୀଠ) ରେ ମିଳିତ ଶୁଳିଆ ଯାତ୍ରା ପୂଜା କମିଟିର ବୈଠକ କରି ନିଷ୍ପତି ନିଆ ଯାଇଛି । ଖଇର ଗୁଡାର ବଡଖଳା କୁମୁରିଆର ସାନଖଳାରେ ପରମ୍ପରା ଅନୁସାରେ ବଳୀ ପ୍ରଥା ଚାଲିବ ।

ନୁଆଁ ଖଳାରେ ବି ପରମ୍ପରା ଅନୁସାରେ ପୂଜା ହେବ । କୋଭିଡ କଟକଣା ଥିବାରୁ ମହୋତ୍ସବ ଓ ଦୋକାନ ବଜାର ବାରଣ କରାଯିବ ହେଲେ ବଳୀ ପ୍ରଥା ଜାରି ରହିବ ବୋଲି ପୂଜା କମିଟି ନିଷ୍ପତ୍ତି ନେଇଛି । ଅପର ପକ୍ଷରେ ଜନ ସଚେତନ କରି ବଳୀ ସଂଖ୍ୟା ସୀମିତ କରିବାକୁ ଆସନ୍ତା ୧୫ରେ ଜିଲ୍ଲା ପ୍ରଶାସନର ବୈଠକ କରାଯିବ ବୋଲି ବଲାଙ୍ଗିର ଉପ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.