କିସ୍ ମଡେଲ୍ ଆବାସିକ ଅନୁଷ୍ଠାନ ଫିଲିପାଇନ୍ସରେ କାର୍ଯ୍ୟକାରୀ ହେବ

ବିଶ୍ୱର ସର୍ବବୃହତ ଜନଜାତି ଆବାସିକ ଅନୁଷ୍ଠାନ କିସ୍ ମଡେଲ୍ ଫିଲିପାଇନ୍ସରେ କାର୍ଯ୍ୟକାରୀ ହେବ ବୋଲି ଫିଲିପାଇନ୍ସ ସାଂସଦ ରୁଫସ୍ ବି ରୋଦ୍ରିଗେଜ୍ କହିଛନ୍ତି । କିସ୍ ମଡେଲ ହେଉଛି ବିଶ୍ୱର ଶ୍ରେଷ୍ଠ ମଡେଲ ।

ବିଶ୍ୱର ସର୍ବବୃହତ ଜନଜାତି ଆବାସିକ ଅନୁଷ୍ଠାନ କିସ୍ ମଡେଲ୍ ଫିଲିପାଇନ୍ସରେ କାର୍ଯ୍ୟକାରୀ ହେବ ବୋଲି ଫିଲିପାଇନ୍ସ ସାଂସଦ ରୁଫସ୍ ବି ରୋଦ୍ରିଗେଜ୍ କହିଛନ୍ତି । କିସ୍ ମଡେଲ ହେଉଛି ବିଶ୍ୱର ଶ୍ରେଷ୍ଠ ମଡେଲ । ଏଥିପାଇଁ ସେ ଫିଲିପାଇନ୍ସ ସଂସଦରେ ଏକ ସ୍ୱତନ୍ତ୍ର ବିଲ୍ ଆଗତ କରିବେ ବୋଲି କହିଥିଲେ ।

ଆଜି କିସ୍ ବିଶ୍ୱବିଦ୍ୟାଳୟର ଏକ ସ୍ୱତନ୍ତ୍ର ଉତ୍ସବରେ ଯୋଗଦେଇ ରୁଫସ୍ ଏହା କହିଛନ୍ତି । ମାନବ ସେବା ପ୍ରତି ମହାତ୍ମା ଗାନ୍ଧୀଙ୍କ ଦର୍ଶନ ଉପରେ ଆଲୋକପାତ କରି ସେ କହିଲେ ଗାନ୍ଧୀଙ୍କ ଦର୍ଶନ କିସରେ ଠିକ୍ ଭାବେ ପ୍ରତିଫଳିତ ହୋଇଛି । କିସରେ ୪୦ ହଜାର ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବା ଅବସରରେ ସେ କହିଲେ, ମୁଁ ମୋ ଜୀବନରେ ଏ ପର୍ଯ୍ୟନ୍ତ ଏତେ ବଡ଼ ସଭାରେ ଉଦବୋଧନ ଦେଇ ନ ଥିଲି ।

ସେ କହିଲେ, ଭାରତ ଓ ଫିଲିପାଇନ୍ସ ମଧ୍ୟରେ ଦୀର୍ଘ ବର୍ଷ ଧରି ସୁସମ୍ପର୍କ ରହିଆସିଛି । ଭାରତର ସଂସ୍କୃତି, ପରମ୍ପରା ଓ ଫିଲିପାଇନ୍ସର ସଂସ୍କୃତି ଓ ପରମ୍ପରା ସମାନ । କଳିଙ୍ଗ ନାମ ସହ ଫିଲିପାଇନ୍ସର ସମ୍ପର୍କ ରହିଛି । ଫିଲିପାଇନ୍ସରେ ଷ୍ଟେଟ୍ ଅଫ୍ କଳିଙ୍ଗ ନାମରେ ଏକ ରାଜ୍ୟ ରହିଛି ବୋଲି ସେ ସୂଚନା ଦେଇଥିଲେ । କିଟ୍ ଓ କିସରେ ସୁନ୍ଦର ବ୍ୟବସ୍ଥା କାର୍ଯ୍ୟକାରୀ ହେଉଥିବା ଦେଖି ସେ ସନ୍ତୋଷ ବ୍ୟକ୍ତ କରିଥିଲେ ।

ଶିକ୍ଷା ଜରିଆରେ ସମାଜରେ ଏକ ସକାରାତ୍ମକ ପରିବର୍ତ୍ତନ ଆଣିବା ସହ ସମାନତା ଓ ନ୍ୟାୟପୂର୍ଣ୍ଣ ସମାଜ ଗଠନ ନିମନ୍ତେ ଆମକୁ ଗାନ୍ଧୀ, ରବୀନ୍ଦ୍ରନାଥ ଟାଗୋର, ବି ଆର୍ ଆମ୍ବେଦକର ଓ ଡ. ଅଚ୍ୟୁତ ସାମନ୍ତଙ୍କ ଦର୍ଶନକୁ ଅନୁକରଣ କରିବାକୁ ପଡ଼ିବ ବୋଲି ସେ କହିଥିଲେ ।

କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିସ୍ ବିଶ୍ୱବିଦ୍ୟାଳୟ ଉପକୁଳାଧିପତି ପ୍ରଫେସର ଅମରେଶ୍ୱର ଗାଲା, କୁଳପତି ପ୍ରଫେସର ଦୀପକ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । କିସ୍ ବିଶ୍ୱବିଦ୍ୟାଳୟ କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.