Below header

+୨ କଳା ଓ ବାଣିଜ୍ୟରେ କିସ୍ ଛାତ୍ରଛାତ୍ରୀଙ୍କ ସଫଳତା

ଭୁବନେଶ୍ବର (କେନ୍ୟୁଜ୍) : +୨ କଳା, ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶିତ। କିସର ଛାତ୍ରଛାତ୍ରୀ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି । ଦୀର୍ଘ ୧୦ ବର୍ଷ ଧରି ପ୍ରତିବର୍ଷ କିସ୍ ଛାତ୍ରଛାତ୍ରୀ ମାନେ ଉଭୟ କଳା ଓ ବାଣିଜ୍ୟରେ ଲଗାତାର ପ୍ରାୟ ଶତପ୍ରତିଶତ ସଫଳତା ହାସଲ କରି ଆସୁଛନ୍ତି । ଚଳିତବର୍ଷ ଛାତ୍ରଙ୍କ ଅପେକ୍ଷା ଛାତ୍ରୀମାନେ ଅଧିକ ସଫଳତା ହାସଲ କରିଛନ୍ତି । ଉଭୟ କଳା ଓ ବାଣିଜ୍ୟରେ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । କଳାରେ ବିୟୁଟି ପ୍ରଧାନ ସର୍ବାଧିକ ୮୩ ପ୍ରତିଶତ ନମ୍ବର ରଖିଥିବା ବେଳେ ବାଣିଜ୍ୟରେ ବାସନ୍ତୀ ମାରାଣ୍ଡି ମଧ୍ୟ ସର୍ବାଧିକ ୮୩ ପ୍ରତିଶତ ନମ୍ବର ରଖିଛନ୍ତି ।

studentsଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି କିସରେ ପଢୁଥିବା ଜୁଆଙ୍ଗ, କୁଟିଆ କନ୍ଧ ଓ ଖଡିଆ ଆଦି ଆଦିମ ଜନଜାତିର ଛାତ୍ରଛାତ୍ରୀମାନେ ମଧ୍ୟ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି । ସେମାନଙ୍କ ମଧ୍ୟରୁ ୭ ଜଣ ଆଦିମ ଜନଜାତି ବର୍ଗର ଛାତ୍ରଛାତ୍ରୀ କଳା ଓ ବାଣିଜ୍ୟରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୩ ଜଣ ଆଦିମ ଜନଜାତି ଛାତ୍ରୀ ମଧ୍ୟ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । କିସ୍ ଫଳାଫଳ ନେଇ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଆନନ୍ଦ ପ୍ରକାଶ କରିବା ସହ କିସର ସମସ୍ତ ଅଧ୍ୟାପକ, ଅଧ୍ୟାପିକାଙ୍କ ଉଦ୍ୟମ, ଯତ୍ନ ଓ ଛାତ୍ରଛାତ୍ରୀଙ୍କ କଠିନ ପରିଶ୍ରମ ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି କହିଛନ୍ତି । ଡକ୍ଟର ସାମନ୍ତ କିସର ସମସ୍ତ ଅଧ୍ୟାପକ, ଅଧ୍ୟାପିକାଙ୍କୁ ଧନ୍ୟବାଦ ଜଣାଇବା ସହ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.