ବର୍ଷା ପୂର୍ବରୁ ସିମୁଳିଆ ଡାକ୍ତରଖାନର ସ୍ଥିତ ବେହାଲ, ଆଣ୍ଠୁଏ ପାଣିରେ ବୁଡୁଛି ସମଗ୍ର ପରିବେଶ

ବାଲେଶ୍ବର: ବର୍ଷା ପୂର୍ବରୁ ସିମୁଳିଆ ଡାକ୍ତରଖାନାର ପରିବେଶ ସମ୍ପୁର୍ଣ୍ଣ ବେହାଲ ହେଉଛି। ପ୍ରକ୍ ମୌସୁମୀ ପ୍ରଭାବରେ ଲଗାଣ ବର୍ଷା ହେତୁ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଆଣ୍ଠୁଏ ଉଚ୍ଚାର ପାଣି ଜମା ହୋଇ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

କେବଳ ମେଡିକାଲର ବାହାର ନୁହେଁ ଭିତର ପାର୍ଶ୍ୱରେ ମଧ୍ୟ ପାଣି ଜମୁଥିବାର ଦେଖିବାକୁ ମିଳିଛି ଯାହା ଫଳରେ କର୍ମଚାରୀ ଓ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯଦି ହସ୍ପିଟାଲ ପରିସରରେ ଏମିତି ପାଣି ଜମି ରୁହେ ତେବେ ଆଗାମୀ ବର୍ଷାଦିନରେ ମଶା ମାଛିଙ୍କ ବଂଶ ବୃଦ୍ଧି ରୋଗୀଙ୍କ ପାଇଁ କାଳ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏଥିପାଇଁ ଉଚ୍ଚ କର୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.