କିସ୍‌ କୁଳପତି ଡକ୍ଟର ହରେକୃଷ୍ଣ ଶତପଥୀଙ୍କୁ ରାଷ୍ଟ୍ରପତି ସମ୍ମାନ

ଭୁବନେଶ୍ବର(କେନ୍ୟୁଜ୍): କିସ୍‌ କୁଳପତିଙ୍କୁ ରାଷ୍ଟ୍ରପତି ସମ୍ମାନ । ସଂସ୍କୃତ ଭାଷା ଓ ସାହିତ୍ୟ ତଥା ଭାରତୀୟ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ କିସ୍‌ କୁଳପତି ପ୍ରଫେସର ଡକ୍ଚର ହରେକୃଷ୍ଣ ଶତପଥୀଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ । ଏନେଇ ରାଷ୍ଟ୍ରପତିଙ୍କ କାର‌୍ୟ୍ୟାଳୟ ପକ୍ଷରୁ ଘୋଷଣାନାମା ପ୍ରକାଶ ପାଇଛି । ସଂସ୍କୃତ ଭାଷାର ବାଣୀଭଣ୍ଡାରକୁ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଫେସର ହରେକୃଷ୍ଣ ଶତପଥୀ ପୂର୍ବରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି । ଏହାସହ ତାଙ୍କୁ ରବୀନ୍ଦ୍ରନାଥ ଶାନ୍ତି ପୁରସ୍କାର, ଡାଲମିଆ ପୁରସ୍କାର, ମହାରାଷ୍ଟ୍ର କାଳିଦାସ ସମ୍ମାନ ଆଦିରେ ସମ୍ମାନିତ କରାଯାଇଛି । ପ୍ରଫେସର ହରେକୃଷ୍ଣ ଶତପଥୀ ପୂର୍ବରୁ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ପୁରୀ ଓ ତିରୁପତି ରାଷ୍ଟ୍ରୀୟ ସଂସ୍କୃତ ବିଦ୍ୟାପୀଠର କୁଳପତି ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି । ସେ ୪୦ରୁ ଅଧିକ ପୁସ୍ତକ ରଚନା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.