କିଟ୍କୁ ମିଳିବ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର, ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଲେ କିଟ୍ର କ୍ରୀଡ଼ା ନିର୍ଦ୍ଦେଶକ
କିଟ୍କୁ ମିଳିବ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର । କ୍ରୀଡ଼ାର ବିକାଶରେ ନିରନ୍ତର ତଥା ଉଲ୍ଲେଖନୀୟ ଅବଦାନ ପାଇଁ କିଟ୍ ବିଶ୍ୱବିଦ୍ୟାଳୟକୁ କ୍ରୀଡ଼ା କ୍ଷେତ୍ରରେ ରାଜ୍ୟର ଏହି ସର୍ବୋଚ୍ଚ ପୁରସ୍କାର ପ୍ରଦାନ କରାଯିବ । ଏହି ସଫଳତା ପାଇଁ କିଟ୍ର କ୍ରୀଡ଼ା ନିର୍ଦ୍ଦେଶକ ରାଜ୍ୟ ସରକାରଙ୍କ ସହ କିଟ୍ ଓ କିସ୍ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ଆଗାମୀ ଦିନରେ କିଟକୁ ଆହୁରି ଆଗକୁ ବଢିବାରେ ସହାୟକ ହେବ ବୋଲି ସେ କହିଛନ୍ତି।
ଆହୁରି ପଢନ୍ତୁ : ସୁଷମା ସ୍ବରାଜଙ୍କ ୪୨ ବର୍ଷର ରାଜନୈତିକ କ୍ୟାରିୟରରେ ଏହିସବୁ ନିଷ୍ପତ୍ତି ଥିଲା ତାଙ୍କ ସଫଳତାର ଚାବିକାଠି
ଦେଶର କ୍ରୀଡ଼ା ମାନଚିତ୍ରରେ କିଟ୍ର ସ୍ଥାନ ସ୍ୱତନ୍ତ୍ର । କିଟ ଅନେକ ଜାତୀୟ ଓ ରାଜ୍ୟସ୍ତରୀୟ ପ୍ରତିଯୋଗୀତା ଆୟୋଜନ ଓ ସହଯୋଗ କରି ଖ୍ୟାତି ଅର୍ଜନ କରିଛି। କେବଳ କ୍ରୀଡ଼ାବିତ ନୁହେଁ, କ୍ରୀଡ଼ା କ୍ଷେତ୍ରର ଭିତ୍ତିଭୂମି ବିକାଶରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି କିଟ୍। କିଟ୍ର ଅନେକ କ୍ରୀଡ଼ାବିତ୍ ଦେଶ ପାଇଁ ପ୍ରତିନିଧିତ୍ୱ କରିବା ସହ ଅନ୍ତର୍ଜାତୀୟ ସ୍ତରରେ ବେଶ୍ ସଫଳତା ଅର୍ଜନ କରିଛନ୍ତି। ଆଥ୍ଲେଟ୍ ଦୂତି ଚାନ୍ଦ, ଶ୍ରୀୟଙ୍କା ଷଡଙ୍ଗୀ, କିସ୍ ରଗବୀ ଟିମ୍ ପରି ଅନେକ ଖେଳାଳି ଅନ୍ତର୍ଜାତୀୟ ସ୍ତରରେ ଉକୃଷ୍ଟ ପ୍ରଦର୍ଶନ କରିଛନ୍ତି। ନିକଟରେ ଇଟାଲିର ନାପୋଲିଠାରେ ଅନୁଷ୍ଠିତ ୩୦ତମ ବିଶ୍ୱ ବିଶ୍ୱବିଦ୍ୟାଳୟ ଗେମ୍ସ ୨୦୧୯ର ୧୦୦ମିଟର ଦୌଡ଼ରେ ଦୂତି ସ୍ୱର୍ଣ୍ଣ ପଦକ ହାସଲ କରି ଭାରତ, ଓଡିଶା ତଥା କିଟ୍ ଓ କିସ୍ ପାଇଁ ସୁନାମ ଆଣିବା ସହ ଗୌରବାନ୍ଵିତ କରିଥିଲେ। କିସ୍ ରଗ୍ବୀ ଖେଳାଳି ସୁମିତ୍ରା ନାୟକ, ହୁପି ମାଝୀ, ରଜନୀ ଶବର, ମୀନାରାଣୀ ହେମ୍ବ୍ରମ ଓ ପାର୍ବତୀ କିସ୍କୁ ଦେଶ ପାଇଁ ଗୌରବ ଆଣିଛନ୍ତି ।
ଆହୁରି ପଢନ୍ତୁ : ପିଙ୍ଗଲୀ ଭେଙ୍କୟା : ଯାହାଙ୍କ ପାଇଁ ଭାରତକୁ ମିଳିଥିଲା ତ୍ରିରଙ୍ଗା
ଚଳିତ ବର୍ଷ ୫ଟି ଅନ୍ତର୍ଜାତୀୟ ସ୍ୱର୍ଣ୍ଣପଦକ ଜିତିଥିବା ଦିବ୍ୟାଙ୍ଗ କ୍ରୀଡ଼ାବିତ ପ୍ରମୋଦ ଭଗତଙ୍କୁ ବିଜୁ ପଟ୍ଟନାୟକ ଶେଷ୍ଠ କ୍ରୀଡ଼ାବିତ୍ ପୁରସ୍କାର ମିଳିବ। ପ୍ରମୋଦ ଭଗତଙ୍କ ସମେତ ୫ ଜଣଙ୍କୁ ଚଳିତ ବର୍ଷର ସ୍ପୋର୍ଟସ୍ ଲଗ୍ଅନ୍ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯିବ। ଗୁରୁ ଶିବ ପ୍ରସାଦ ଦାସ ପାଇବେ ଶ୍ରେଷ୍ଠ ପ୍ରଶିକ୍ଷକ ସମ୍ମାନ। ଶକ୍ତିଉତ୍ତୋଳିକା ସୌଭାଗିନୀ ପ୍ରଧାନ, ଫୁଟବଲର ଶୁଭମ୍ ଷଡଙ୍ଗୀ, ଯୁବ କରାଟେକା ଯସ୍ମୀନ୍ ପାର୍ଥସାରଥୀ ମିଶ୍ରଙ୍କୁ ସମ୍ମାନିତ କରାଯିବ