ହସେଇ ହସେଇ ବେଦମ କରୁଛନ୍ତି କଟକର କମେଡି କୁଇନ ଇତିକା, ସୋସିଆଲ ମିଡିଆକୁ କରୁଛନ୍ତି ବାୟା

ସମୟ ବଦଳିବା ସହିତ ବଦଳୁଛି ଚିନ୍ତାଧାରା ଆଉ ଆଗଉଛି ଦୁନିଆ। ଆଜିର ଡିଜିଟାଲ ଜମାନାରେ ସବୁକିଛି ହୋଇପାରୁଛି ସମ୍ଭବ। ସମୟ ବଦଳିବା ସହିତ ବଦଳିଛି କମେଡି ଟ୍ରେଣ୍ଡ। ବଡ଼ ପରଦା ହେଉ କି ଛୋଟ ପରଦା ଅଥବା ସୋସିଆଲ ମିଡ଼ିଆ ।

ସୋସିଆଲ ମିଡିଆ ଜରିଆରେ ନିଜ ଭିତରେ ଚାପି ରଖିଥିବା ପ୍ରତିଭାକୁ ପ୍ରକାଶ କରୁଛନ୍ତି ଲୋକେ। କିଏ ନାଚ ମାଧ୍ୟମରେ ତ ଆଉ କିଏ କମେଡି ଜରିଆରେ। ସବୁଠି ପ୍ରତିଭା ମାନେ ନିଜ କମେଡି ମାଧ୍ୟମରେ ଦର୍ଶକଙ୍କୁ ହସେଇ ହସେଇ ବେଦମ୍ କରିବା ପାଇଁ କରୁଛନ୍ତି ଉଦ୍ୟମ। ତେବେ ସେମାନଙ୍କ ମଧ୍ୟରୁ ଏକ ଭିନ୍ନ ପ୍ରତିଭା ହେଉଛନ୍ତି କଟକ ଚହଟା ଅଞ୍ଚଳର ଇତିକା ପ୍ରିୟଦର୍ଶିନୀ ପତି। ଇତିକା କିଛି ଭିନ୍ନ ଧରଣର କମେଡି କରିବା ପାଇଁ କରିଛନ୍ତି ଏକ୍ସପେରିମେଣ୍ଟ୍।

ସେ ମୋବାଇଲ ଫୋନକୁ ବ୍ୟବହାର କରି ସୁନ୍ଦର୍ ସୁନ୍ଦର୍ ଭିଡିଓ ମାଧ୍ୟମରେ ପିଲାଙ୍କ ଠାରୁ ବୟସ୍କ ସମସ୍ତଙ୍କୁ ଢେର୍ ହସେଇବାରେ ସଫଳ ହୋଇପାରିଛନ୍ତି। ତେବେ ତାଙ୍କ କମେଡି ଗୁଡ଼ିକ ସୋଶାଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଆଉ ଏ ମୋବାଇଲରୁ ସେ ମୋବାଇଲ ଘୁରି ବୁଲୁଛି ଇତିକାଙ୍କ କମେଡି ତଡକା। ତେବେ ତାଙ୍କର ଏହି କମେଡି ତାଙ୍କୁ ଆଣିଦେଇଛି ଏକ ନୂଆ ପରିଚୟ ‘ମି ପୁଚ ପୁଚ୍’ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.