ଲାଗୁ ହେଲା ଅଗଷ୍ଟ ଗାଇଡ୍‌ଲାଇନ୍‌: ଖୋଲିଲା ମଲ୍‌, ହଲ୍‌, ରେଷ୍ଟୁରାଣ୍ଟ,

ଭୁବନେଶ୍ୱର, କଟକ, ପୁରୀରେ ପୂର୍ବ ଭଳି ଦୁଇ ଦିନିଆ ସପ୍ତାହାନ୍ତ ସଟଡାଉନ ଜାରି ରହିବ

କେନ୍ଯୁଜ(ବ୍ଯୁରୋ):  ଆରମ୍ଭ ହେଲା ଅନ୍‌ଲକ୍‌ ପ୍ରକ୍ରିୟା । ଖୋଲିଲା ମଲ୍‌, ସିନେମା ହଲ୍‌, ରେଷ୍ଟୁରାଣ୍ଟ । ଆଜିଠୁ ଲାଗୁ ହୋଇଛି ଅଗଷ୍ଟ ଗାଇଡ୍‌ଲାଇନ୍‌ ।  ରାଜ୍ୟବ୍ୟାପୀ ଦୋକାନ ବଜାର ସକାଳ ୬ରୁ ରାତି ୮ଟା ଯାଏ ଖୋଲା ରହିବ । ରାତି ୮ଟାରୁ ସକାଳ ୬ଟା ଯାଏ ନାଇଟ କର୍ଫ୍ୟୁ କଟକଣା ଲାଗିବ । ସେପ୍ଟେମ୍ବର ୧ ସକାଳ ୬ଟା ଯାଏ ଏହା ବଳବତ୍ତର ରହିବ । କେବଳ ଭୁବନେଶ୍ୱର, କଟକ, ପୁରୀରେ ପୂର୍ବ ଭଳି ସପ୍ତାହାନ୍ତ ଦୁଇ ଦିନିଆ ସଟଡାଉନ ଜାରି ରହିବ । ଏହି ତିନି ଜିଲ୍ଲାରେ କୋଭଡ୍‌ କେସ୍‌ ଅଧିକ ରହୁଥିବାରୁ ୱିକେଣ୍ଡ ସଟ୍‌ଡାଉନ୍‌ କଟକଣା ଲାଗିଛି ।

ଧାର୍ମିକ, ରାଜନୈତିକ, ସାଂସ୍କୃତିକ ଓ ସାମାଜିିକ ସମାବେଶ ମନା । ପ୍ରଦର୍ଶନୀ, ମେଳା ମହୋତ୍ସବ ଆୟୋଜନକୁ ବାରଣ କରାଯାଇଛି । ହେଲେ ଜୀବନ ଜୀବିକାକୁ ଗୁରୁତ୍ୱ ଦେଇ କଟକଣାରେ ଖୋଲିଛି ରେସ୍ତୋରାଁ, ହୋଟେଲ୍‌, ବାର୍‌, ସିନେମା ହଲ୍‌ । ୫୦ ପ୍ରତିଶତ କ୍ଷମତା ସହ ଅନୁମତି ମିଳିଛି । କରୋନା ମୁକାବିଲାରେ ଭୁବନେଶ୍ୱର, କଟକ ଓ ପୁରୀ ପାଇଁ ସ୍ୱତନ୍ତ୍ର କଟକଣା ଜାରି କରିଛନ୍ତି ସରାକାର । ଏହି ୩ ସହରରେ ମଲ୍‌, ସିନେମା ହଲ୍‌, ରେସ୍ତୋରାଁ, ବାର୍‌, ଅଡିଟୋରିୟମ୍‌ ଓ ସମ୍ମିଳନୀ କକ୍ଷରେ ପ୍ରବେଶ ପାଇଁ ଟିକାର ଦୁଇଟି ଡୋଜ୍‌ ସାର୍ଟିଫିକେଟ ବାଧ୍ୟତାମୂଳକ କରାଯାଇଛି । ନହେଲେ ମିଳିବନି ପ୍ରବେଶ ଅନୁମତି । ରାସ୍ତାକଡ଼ରେ ଉଠା ଦୋନାକରେ ସାମାଜିକ ଦୂରତା ରଖି ଖାଇ ପାରିବେ ଗ୍ରାହକ । ସବୁଠି କୋଭିଡ୍‌ ଗାଇଡଲାଇନ୍‌ ଓ ସାମାଜିକ ଦୂରତା ନିମୟକୁ କଡ଼ାକଡ଼ି ପାଳନ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.