ବିଭିନ୍ନ ଶାରୀରିକ ଯନ୍ତ୍ରଣାକୁ ଦୂର କରିବା ପାଇଁ ପେନ୍ କିଲର ଔଷଧ ପରିବର୍ତ୍ତେ ଖାଆନ୍ତୁ ଏସବୁ ଜିନିଷ, ମିଳିବ ଅନେକ ଲାଭ

ସାଧାରଣତଃ ଆମେ ଆମ ଶରୀରର ଯେକୌଣସି ଅଙ୍ଗରେ ଯନ୍ତ୍ରଣା ଅନୁଭବ କଲେ, ଡାକ୍ତରଙ୍କ ପାଖକୁ ଯାଇଥାଉ କିମ୍ବା କୌଣସି ପ୍ରକାରର ଯନ୍ତ୍ରଣା ନିବାରକ ଅର୍ଥାତ୍ ପେନ୍ କିଲର ଔଷଧ କିଣି ଖାଇଥାଉ । କିନ୍ତୁ ଅତ୍ୟଧିକ ଔଷଧର ସେବନ ଦେହ ପାଇଁ କ୍ଷତିକାରକ ହୋଇଥାଏ । କିଛି ଖାଦ୍ୟ ସାମଗ୍ରୀ ଅଛି, ଯାହାକୁ ଖାଇବା ଦ୍ୱାରା ଆପଣଙ୍କୁ ଶାରୀରିକ ଯନ୍ତ୍ରଣାରୁ ଉପଶମ ମିଳିବ । ଜାଣନ୍ତୁ କେଉଁ କେଉଁ ଖାଦ୍ୟ ଖାଇଲେ ପେନ୍ କିଲର ଭଳି କାମ କରିବ ।

ପୋଦିନା : ଏହା ଏଭଳି ପତ୍ର ଯାହାକୁ ଆମେ ଚଟଣି କରି ଖାଇବାକୁ ପସନ୍ଦ କରିଥାଉ ,କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ନିୟମିତଭାବେ ଏହାକୁ ଚୋବାଇ ଖାଇଲେ ପୁରୁଣା ଦିନର ଶାରୀରିକ କଷ୍ଟ ବି ଲାଘବ ହୋଇଥାଏ।

Ginger-Mint-

ଅଦା : ଅଦା ଖାଇଲେ ଆଣ୍ଠୁଗଣ୍ଠି ବାତ, ଗଳାକଷ୍ଟ, ମାଂସପେଶୀ ଯନ୍ତ୍ରଣା, ଛାତି କଷ୍ଟ ଓ ଋତୁସ୍ରାବଜନିତ ଯନ୍ତ୍ରଣା ଦୂର ହୋଇଥାଏ।

କଫି : ଏହା ପାନ କଲେ ଯନ୍ତ୍ରଣା ଲାଘବ ହୋଇଥାଏ। ବିଶେଷ କରି ଉଷୁମ କଫି ପିଇଲେ ଦାନ୍ତ ବିନ୍ଧାରୁ ସାଧାରଣ ଆଶ୍ୱସ୍ତି ମିଳିଥାଏ।

ଲବଙ୍ଗ : ଏହା ଦାନ୍ତବିନ୍ଧା ଦୂର କରିବାରେ ସହାୟକ ହୋଇଥାଏ।

ଚେରି : ଚେରିରେ ଯନ୍ତ୍ରଣା ନିବାରକ ତତ୍ତ୍ୱ ରହିଛି।

curd-

ଦହି : ଏହା ଖାଦ୍ୟ ହଜମ କରିବା ସହିତ ପେଟ ଯନ୍ତ୍ରଣା ବି ଦୂର କରିଥାଏ।

ସୋୟା : ଏହା ଆଣ୍ଠୁଗଣ୍ଠି ବାତ ଜନିତ ଯନ୍ତ୍ରଣା ଦୂର କରିଥଏ ।

ହଳଦୀ : ଏହା ଦାନ୍ତ ବିନ୍ଧା ଓ ପିଠି ଯନ୍ତ୍ରଣା ଦୂର କରିବା ପାଇଁ ଅମୋଘ ଔଷଧ।

ଲୁଣ : ଏହା ବିଭିନ୍ନ ପ୍ରକାରର ଯନ୍ତ୍ରଣାକୁ ଦୂର କରିବାରେ ସହାୟକ ହୋଇଥାଏ।

Red Grapes

ପିପର ମିଣ୍ଟ : ଏହା ବଦହଜମି, ମାଂସପେଶୀରେ ଯନ୍ତ୍ରଣା, ଦାନ୍ତବିନ୍ଧା ଓ ମୁଣ୍ଡବିନ୍ଧା ଭଳି ଯନ୍ତ୍ରଣାକୁ ଦୂର କରିଥାଏ।

ନାଲି ଅଙ୍ଗୁର : ଏହା ଗଣ୍ଠି ଯନ୍ତ୍ରଣା ଓ ପିଠି ଯନ୍ତ୍ରଣା ଦୂର କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.