କୋଲକାତା ବସ୍ରେ ଲାଗିଗଲା ନିଆଁ, ବର୍ତ୍ତିଗଲେ ବହୁ ଯାତ୍ରୀ

କଟକ (କେନ୍ୟୁଜ୍) : ଅଚାନକ ବସ୍ରେ ଲାଗି ଗଲା ନିଆଁ । ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଗଲେ । ଏଇ ଘଟଣା ଘଟିଛି କଟକ ମଧୁପାଟଣା ନିକଟରେ । କୋଲକାତାର ଏକ ଘରୋଇ ବସ୍ ପୁରୀ ଭ୍ରମଣ ପରେ ଯାତ୍ରୀମାନଙ୍କୁ ନେଇ କୋଲକାତା ଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା । ଅଚାନକ ସେଥିରେ ନିଆଁ ଲାଗି ଯାଇଥିଲା । ତେବେ ତୁରନ୍ତ ସ୍ଥାନୀୟ ଲୋକେ ନିଆଁକୁ ଲିଭାଇ ଦେଇଥିଲେ । କାହାର କିଛି କ୍ଷତି ହୋଇନାହିଁ । ଯାହା ସୂଚନା ମିଳିଛି ବସ୍ ଡିକିରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ଏହା ଜଣା ପଡ଼ିବା ପରେ ଯାତ୍ରୀମାନେ ତୁରନ୍ତ ବସ୍ରୁ ଓହ୍ଲାଇ ଆସିଥିଲେ । ତେବେ ଏହା ବଡ଼ଧରଣର ନଥିବାରୁ ଲୋକେ ତାକୁ ଶୀଘ୍ର ଲିଭାଇ ଦେଇଥିଲେ ।