ପର୍ଯ୍ୟଟକଙ୍କୁ କୋଣାର୍କ ଓ ଧଉଳି ମନା, କରୋନା ସଂକ୍ରମଣ ରୋକିବା ପାଇଁ ୭ଦିନ ବନ୍ଦ ରହିବ ସୂର୍ଯ୍ୟମନ୍ଦିର ଓ ମାର୍ଚ୍ଚ ୩୧ ଯାଏଁ ବନ୍ଦ ରହିବା ଶାନ୍ତି ସ୍ତୁପ

କେନ୍ୟୁଜ୍(ବ୍ୟୁରୋ):  କରୋନା ସଂକ୍ରମଣ ରୋକିବା ପାଇଁ ପର୍ଯ୍ୟଟକଙ୍କୁ କୋଣାର୍କ ମନା । ଏହାକୁ ୭ଦିନ ବନ୍ଦ କରିବା ପାଇଁ କୁହାଯାଇଛି । କୋଣାର୍କରେ ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କ ଉପରେ କଡ଼ା ନଜର ରଖାଯିବ । କରୋନା ପାଇଁ କୋଣାର୍କରେ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀରୁ କୋଣାର୍କ ଆସୁଥିବା ଟୁରିଷ୍ଟ ବସ୍‌କୁ ମାର୍ଚ୍ଚ ୩୧ ଯାଏ ବନ୍ଦ କରାଯାଇଛି । ସେହିପରି ସୂର୍ଯ୍ୟମନ୍ଦିରରେ ଲାଇଟ ଆଣ୍ଡ ସାଉଣ୍ଡ ସୋକୁ ବନ୍ଦ କରାଯାଇଛି । ଏଥିଯୋଗୁ କୋଣାର୍କରେ ହୋଟେଲ ବ୍ୟବସାୟ ମଧ୍ୟ ପ୍ରଭାବିତ ହୋଇଛି ।

ସେହିପରି ଧଉଳିକୁ ପର୍ଯ୍ୟଟକ ଯିବା ଉପରେ ରୋକ୍‌ ଲଗାଯାଇଛି । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଧଉଳିକୁ ପର୍ଯ୍ୟଟକ ନଯିବା ପାଇଁ କୁହାଯାଇଛି । ଆଜି ଯେଉଁ ପର୍ଯ୍ୟଟକମାନେ ଧଉଳିକୁ ଯାଉଛନ୍ତି ସେମାନଙ୍କୁ ପୋଲିସ ରାସ୍ତାରୁ ଫେରାଇ ଦେଉଛି । ଆଗକୁ ଖଣ୍ଡଗିରି ଓ ଉଦୟଗିରିକୁ ପର୍ଯ୍ୟଟକଙ୍କ ପ୍ରବେଶ ବନ୍ଦ କରିବାକୁ ASIକୁ ଚିଠି ଲେଖାଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ ଏନେଇ ସୂଚନା ଦେଇଛନ୍ତି । ସେଭଳି ଚିଲିକା ବରକୂଳରେ ମଧ୍ୟ ପର୍ଯ୍ୟଟକଙ୍କ ଉପରେ କଟକଣା ଲଗାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.