ବିନା ଲାଇସେନ୍ସରେ ଚାଲୁଥିଲା ଗ୍ୟାଲେକ୍ସି ସିନେମା ହଲ୍‌, ୯୪ ହଜାର ଟଙ୍କା ଜରିମାନା ସହ ଜିଲ୍ଲା ପ୍ରଶାସନ କଲା ସିଲ

କୋରାପୁଟ (କେନ୍ୟୁଜ): ବିନା ଲାଇସେନସରେ ସିନେମା ଚଲାଉଥୁବାରୁ ସେମିଳିଗୁଡା ସ୍ଥତ ଗ୍ୟାଲେକ୍ସି ସିନେମା ହଲକୁ ୯୪ ହଜାର ଟଙ୍କା ଜରିମାନା ସହ ସିନେମା ହଲକୁ ସିଲ କଲା ଜିଲ୍ଲା ପ୍ରଶାସନ । ଆଜି ପୂର୍ବାହ୍ନରେ କରଯାଇଛି ସିଲ । ସିନେମା ହଲର ସମସ୍ତ ପ୍ରବେଶ ପଥକୁ ସିଲ କରିଛି ଜିଲ୍ଲା ପ୍ରଶାସନ ।

ସୂଚନାନୁଯାୟୀ, ୨୦୧୯ ମସିହା ପରଠାରୁ ଲାଇସେନ୍ସ ନବୀକରଣ ନକରି ସିନେମା ହଲ୍ ମାଲିକ ବେଆଇନ ଭାବେ ସିନେମା ଚଲାଉଥିଲେ। ଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କୋରାପୁଟ ଉପଜିଲ୍ଲା ପାଳଙ୍କ ସହ ସୁନାବେଡା ଏସଡିପିଓ ମନୋଜ କୁମାର ବେହେରା,ସୁନାବେଡା ଓ ସେମିଳିଗୁଡା ଥାନା ଆଇ ଆଇସି ,ସେମିଳିଗୁଡା ଅତିରିକ୍ତ ତହସିଲଦାର ପ୍ରମୁଖ ଚଢାଉ କରି ସିଲ କରିଛନ୍ତି । ଏକାଧିକବାର ନୋଟିସ ଦେବା ସତ୍ବେ ନବୀକରଣ ନକରି ସିନେମା ଚଲାଉଥୁବା ଅଭିଯୋଗରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି କୋରାପୁଟ ଉପ ଜିଲ୍ଲାପାଳ ଲଳିତ କଅଁର ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.