ମୋବାଇଲରେ କଥା ହୋଇ ଗାଡ଼ି ଚଲେଇବା ପଡିଲା ମହଙ୍ଗା: ୧ ଲକ୍ଷ ୧୫ ହଜାର ଟଙ୍କା ଜରିମାନା ଆଦାୟ

କୋରାପୁଟ(କେନ୍ୟୁଜ୍‌): ମୋଟର ଯାନ ଆଇନ ପାଳନ ନକଲେ ଏଣିକି ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । କୋରାପୁଟ ଟାଉନ ଥାନା ପୋଲିସ୍ ପକ୍ଷରୁ ଅମାନିଆ ଗାଡି ଚାଳକ ବିରୁଦ୍ଧରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ ।

ମୋବାଇଲରେ କଥା ହୋଇ ଗାଡ଼ି ଚଲାଉଥିଲେ ଏଣିକି ହୋଇଯାଆନ୍ତୁ ସାବଧାନ! କୋରାପୁଟ ଟାଉନ ଥାନା ପୋଲିସ୍ ପକ୍ଷରୁ ଆରମ୍ଭ ହୋଇଛି ଆକ୍ସନ । କୋରାପୁଟ ଟାଉନ ପୋଲିସ୍ ପକ୍ଷରୁ ଗତକାଲି ସନ୍ଧ୍ୟାରୁ ସହରର ବିଭିନ୍ନ ଛକରେ ଦୁଇଟି ମୋବାଇଲ ଟିମ୍
ଗାଡି ଯାଞ୍ଚ କରୁଛନ୍ତି । ୨୩ ଜଣ ଅମାନିଆ ଗାଡି ଚାଳକଙ୍କ ଠାରୁ ଆଦାୟ କରିଛି ୧ ଲକ୍ଷ ୧୫ ହଜାର ଟଙ୍କା ।

ଫୋନରେ କଥା ହୋଇ ବାଇକ୍ ଚଲାଉଥିବା ଚାଳକଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି । ଏହା ସହ ହେଲମେଟ ପିନ୍ଧୁନଥିବା ଓ ଡ୍ରାଇଭିଂ ଲାଇସେନସ ନଥାଇ ଗାଡି ଚଲାଉଥିବା ଚାଳକଙ୍କ ଉପରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ଏନେଇ କୋରାପୁଟ ଟାଉନ ଥାନା ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି  ।

ଗତକାଲି ସହର ସାରା ବିଭିନ୍ନ ରାସ୍ତାରେ ପୋଲିସ୍ ପକ୍ଷରୁ ଧରପଗଡ କରାଯାଇଥିଲା। ରାସ୍ତାରେ ୨୩ ରୁ ଉର୍ଦ୍ଧ୍ବ ବାଇକ ଚାଳକ ମୋବାଇଲରେ କଥା ହୋଇ ଗାଡ଼ି ଚଳାଉଥିବା ଦେଖି ପୋଲିସ୍ ସେମାନଙ୍କୁ ପିଛା କରିଥିଲା। ପୋଲିସ୍ ପକ୍ଷରୁ ଗାଡ଼ି ଚାଳକ ଓ ଗାଡ଼ିକୁ ଥାନାକୁ ଆଣି ଜରିମାନା ଆଦାୟ କରାଯାଇଛି।

ଥାନାରେ ୨୦ରୁ ଉର୍ଦ୍ଧ୍ବ ବାଇକ୍ ଅଟକ ଥିବା ବେଳେ ଗାଡ଼ି ପିଛା ୫ହଜାର ଟଙ୍କା କରି ଏକ ଲକ୍ଷ ୧୫ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଆଗକୁ ବିନା ହେଲମେଟ ଓ ଦୃତ ଗତିରେ ଗାଡ଼ିରେ ଗାଡ଼ି ଚାଳନା ଉପରେ ରୋକ୍ ଲଗାଇବାକୁ ଚେକିଂ ଜୋରଦାର କରାଯିବ ବୋଲି ପୋଲିସ୍ ପକ୍ଷରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.