ପାଣି ଟବରେ ପଡି ଆଖି ବୁଜିଲା ଦେଢ ବର୍ଷର ଶିଶୁ କନ୍ୟା

ଫୁଲବାଣୀ(କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କାମ୍ବାଗୁଡା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଏକ ଦେଢ ବର୍ଷର ଶିଶୁ କନ୍ୟା ଘରେ ଖେଳୁଥିବାବେଳେ ହଠାତ୍ ଏକ ପାଣି ଟବରେ ପଡିଯାଇଥିଲା । ଯାହାକୁ ଦେଖି ପାରିନଥିଲେ ପରିବାର ଲୋକେ। କିଛି ସମୟ ପରେ ଦେଖିଲା ବେଳକୁ ଶିଶୁଟି ପାଣି ଟପରେ ପଡି ଗୁରୁତର ହେବାକୁ ଲାଗିଲାଣି।

ସେଠାରୁ ତୁରନ୍ତ ଶିଶୁଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ଗୁମାଗଡ ମେଡିକାଲ ଓ ପରେ ଫୁଲବାଣୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି। ଏହି ଘଟଣାରେ କମ୍ବାଗୁଡା ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.