ପ୍ରବଳ ବର୍ଷା ଯୋଗୁ ରେଳ ଧାରଣା ଉପରେ ଖସିଲା ପଥର : କୋରାପୁଟ-ରାୟଗଡ଼ା ରେଳ ଲାଇନରେ ଟ୍ରେନ୍ ଚଳାଚଳ ବନ୍ଦ

ପ୍ରବଳ ବର୍ଷା ଯୋଗୁ ରେଳ ଧାରଣା ଉପରେ ଖସିଲା ପଥର। କାକେରିଗୁମ୍ମାା-ଲକ୍ଷ୍ମୀପୁର ରେଳ ଧାରଣାରେ ପଥର ପଡ଼ିଯିବାରୁ କୋରାପୁଟ-ରାୟଗଡ଼ା ରେଳ ଲାଇନରେ ଟ୍ରେନ୍ ଚଳାଚଳ ବନ୍ଦ ରହିଛି । ଫଳରେ ବିଭିନ୍ନ ଷ୍ଟେସନରେ ଅଟକି ରହିଛି ଟ୍ରେନ୍ । କାକେରିଗୁମ୍ମାରେ ସମଲେଶ୍ୱରୀ ଏକ୍ସପ୍ରେସ୍ ଅଟକିଛି । ଲକ୍ଷ୍ମୀପୁରରେ ରାଉରକେଲା ଇଣ୍ଟରସିଟି ଏକ୍ସପ୍ରେସ୍ ଓ ହୀରାଖଣ୍ଡ ଏକ୍ସପ୍ରେସ୍ ମଧ୍ୟ ଅଟକି ରହିଛି । ପ୍ରବଳ ବର୍ଷାରେ ରେଳ ଚଳାଚଳ ବାଧାପ୍ରାପ୍ତ ଯୋଗୁ ଯାତ୍ରୀମାନେ ହନ୍ତସନ୍ତ ହୋଇଛନ୍ତି ।