ଦେଶ ସ୍ବାଧୀନ ହେବା ସମୟରେ କେଉଁଠି ଥିଲେ ମହାତ୍ମା ଗାନ୍ଧୀ ? କାହିଁକି ଜାତୀୟ ପତାକା ଉତ୍ତୋଳନ କରିନଥିଲେ ଜାତିର ପିତା

ଆଜିର ଦିନରେ ସ୍ବାଧୀନ ହୋଇଥିଲା ହୋଇଥିଲା ଭାରତ । ଦେଶକୁ ଇଂରେଜଙ୍କ କବଳରୁ ମୁକ୍ତ କରିବା ପାଇଁ କେତେ ଯେ ଭାରତୀୟ ନିଜ ଜୀବନକୁ ବଳି ଦେଇଛନ୍ତି କହିହେବ ନାହିଁ । ସେହି ମହାନ ବ୍ୟକ୍ତି ମାନଙ୍କ ପାଇଁ ଆଜି ଆମେ ନେଉଛେ ମୁକ୍ତି ଏବଂ ସ୍ବାଧୀନତାର ନିଶ୍ବାସ । ତେବେ ଦେଶକୁ ସ୍ବାଧୀନତାର ସ୍ବାଦ ଚଖାଇବାଥିବା ମହାନ ପୁରୋଧା ଥିଲେ ମହାତ୍ମା ଗାନ୍ଧୀ । ହେଲେ କେବେ ଚିନ୍ତା କରିଛନ୍ତି ଯେଉଁଦିନ ଦେଶ ସ୍ବାଧୀନ ହେଲା ସେଦିନ କେଉଁଠି ଥିଲେ ବାପୁ ?

୧୪ ଅଗଷ୍ଟ ରାତି ଅଧରେ ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହରୁ ଯେତେବେଳେ ଭାଷଣ ଦେଉଥିଲେ ସମସ୍ତେ ତାଙ୍କର ଭାଷଣ ଶୁଣିଥିଲେ , କିନ୍ତୁ ମହାତ୍ମା ଗାନ୍ଧୀ ନୁହେଁ । ବରଂ ସେଦିନ ରାତି ପ୍ରାୟ ୯ ଟା ବେଳକୁ ଶୋଇବାକୁ ଚାଲିଯାଇଥିଲେ ବାପୁ । ୧୪ ଅଗଷ୍ଟ ୧୯୪୭ ରାତିରେ ଯେତେବେଳେ ସମ୍ବିଧାନ ସଭାର ବୈଠକ ଜାତୀୟ ପିତାଙ୍କ ନାମ ନେଇ ଆରମ୍ଭ ହୋଇଥିଲା ସେହି ସମୟରେ ସଭା ବାହାରେ ମହାତ୍ମା ଗାନ୍ଧୀ କି ଜୟ ର ନାରା ଲାଗିଥିଲା । କିନ୍ତୁ ଏସମସ୍ତଙ୍କ ମଧ୍ୟରେ ନଥିଲେ ମହାତ୍ମା ଗାନ୍ଧୀ ।
ଯେଉଁ ରାତିରେ ଦେଶ ସ୍ବାଧୀନ ହେଲା ବୋଲି ଘୋଷଣା ହେଉଥିଲା ସେହି ସମୟରେ ମହାତ୍ମା ଗାନ୍ଧୀ କୋଲକାତାରେ ଥିଲେ । ଏବଂ କୌଣସି ବି କାର୍ୟ୍ୟକ୍ରମରେ ଭାଗ ନେଇ ନଥିଲେ । ଏପରିତି ତ୍ରିରଙ୍ଗା ଉଡାଇ ନଥିଲେ। ଏହା ପଛରେ ଗୁରୁତ୍ବପୂର୍ଣ୍ଣ କାରଣ ମଧ୍ୟ ରହିଛି।

ମହାତ୍ମା ଗାନ୍ଧୀ ୧୫ ଅଗଷ୍ଟ ଦିନ ୨୪ ଘଣ୍ଟାର ଉପବାସ ରଖିଥିଲେ 

ଭାରତ ବିଭାଜନ ଏକ ଏମିତି ଘଟଣା ଥିଲା ଯାହା ନେଇଥିଲା ହଜାର ହଜାର ଲୋକଙ୍କ ବଳି । ୧୬ ଅଗଷ୍ଟରେ କୋଲକାତାରେ ହିନ୍ଦୁ ମୁସଲମାନ୍ ଦଙ୍ଗା ଆରମ୍ଭ ହୋଇଥିଲା । ଯାହାର ଛିଟା ପଡିଥିଲା ପୁରା ପଶ୍ଚିମବଙ୍ଗରେ । ସମଗ୍ର ଦେଶରେ ଯେତେବେଳେ ଚାଲିଥିଲା ରକ୍ତର ହୋଲି ସେତେବେଳେ ମହାତ୍ମା ଗାନ୍ଧୀ ୨୪ ଘଂଟା ଉପବାସ ରଖିଥିଲେ । ବାପୁଙ୍କ କହିବା କଥା ଥିଲା ଯେଉଁ ସ୍ବାଧୀନତା ପାଇଁ ଏତେ ସଂଘର୍ଷ କରିଥିଲୁ ତାର ମୂଲ୍ୟ ଦେଶର ବିଭାଜନ ରୂପରେ ସୁଝାଇବାକୁ ପଡିଲା ।

କଣ ଆପଣଙ୍କ ରକ୍ତର ହୋଲି ମଧ୍ୟରେ ଉତ୍ସବ ପାଳିବେ ?

୧୪ ଅଗଷ୍ଟ ରାତିରେ ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ବାପୁଙ୍କୁ ଦେଖା କରି ୧୫ ଅଗଷ୍ଟକୁ ହେବାକୁ ଥିବା ଉତ୍ସବରେ ଭାଗ ନେବାକୁ ଅନୁରୋଧ କରିଥିଲେ । ସେ ସମୟରେ ବାପୁ କହିଥିଲେ , ଚାରିଆଡେ ଲୋକମାନେ ଭୋକରେ ମୃତ୍ୟୁବରଣ କରୁଛନ୍ତି । ଆଉ ଏହି ସବୁ ମଧ୍ୟରେ କଣ ଆପଣ ଉତ୍ସବ ପାଳନ କରିବାକୁ ଚାହୁଁଛନ୍ତି ।

ସେହି ସମୟରେ ଜଣେ ବରିଷ୍ଠ ପତ୍ରକାର ସ୍ବାଧୀନତା ଦିବସ ଅବସରରେ ଯେତେବେଳେ ବାପୁଙ୍କୁ ସନ୍ଦେଶ ଦେବାକୁ କହିଥିଲେ ସେତେବେଳେ ବାପୁଙ୍କ ଶବ୍ଦ ଥିଲା , ଆମର ଏଠାରେ ଦୁର୍ଭିକ୍ଷ ଚାଲିଛି । ସେହିପରି ଯେତେବେଳେ ବିବିସି ବାପୁଙ୍କ ସନ୍ଦେଶ ନେବାକୁ ଚେଷ୍ଟା କରିଥିଲା ଗାନ୍ଧୀ ବିବିସିକୁ ଜବାହରଲାଲ ନେହେରୁଙ୍କ ସହ କଥା ହେବାକୁ କହିଥିଲେ । ଏହା ସହ କହିଥିଲେ ଭୁଲି ଯାଆନ୍ତୁ ଯେ ମତେ ଇଂରାଜୀ ଆସୁଛି ବୋଲି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.