Below header

ସେମିଳିଗୁଡ଼ାକୁ ସବ୍‌ଡିଭିଜନ ମାନ୍ୟତା ଦାବିରେ କୋରାପୁଟର ୩ଟି ବ୍ଲକରେ ୯ ଘଣ୍ଟିଆ ବନ୍ଦ ଡାକରା

କୋରାପୁଟ(କେନ୍ଯୁଜ୍) : ସେମିଳିଗୁଡ଼ାକୁ ସବ୍‌ଡିଭିଜନ ମାନ୍ୟତା ଦାବିରେ ବନ୍ଦ ଡାକରା। କୋରାପୁଟର ୩ଟି ବ୍ଲକରେ ନାଗରିକ କମିଟି ପକ୍ଷରୁ ୯ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଫଳରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ଠପ୍‌  ହୋଇଯାଇଛି। ସମସ୍ତ ଶିକ୍ଷାନୁଷ୍ଠାନ  ସରକାରୀ ବେସରକାରୀ କାର‌୍ୟ୍ୟାଳୟ ମଧ୍ୟ ବନ୍ଦ ରହିଛି।  ୨୬ନମ୍ବର ଜାତୀୟ ରାଜପଥ ଉପରେ ଗାଡିମୋଟର ସବୁ ଅଟକି ରହିଛି। ଫଳରେ ଯାତ୍ରୀମାନେ ହଇରାଣ ହେଉଛନ୍ତି। ଏହି ବନ୍ଦକୁ ଓକିଲ ସଂଘ, ବ୍ୟବସାୟୀ ସଂଘ ସମେତ ୨୦ରୁ ଉର୍ଦ୍ଧ୍ୱ ସଙ୍ଗଠନ ସମର୍ଥନ ଜଣାଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.