କିଟ୍‌ କ୍ୟାମ୍ପସ ପରିସରରେ ଆୟୋଜିତ ହୋଇଛି କାଯ୍ୟର୍କ୍ରମ କ୍ରିତାର୍ଥ ୫.୦

କିଟ୍‌ କ୍ୟାମ୍ପସ ପରିସରରେ ଆୟୋଜିତ ହୋଇଛି କାଯ୍ୟର୍କ୍ରମ କ୍ରିତାର୍ଥ ୫.୦ । ଏଥିରେ ଯୋଗଦେଇଥିଲେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ । କିଟ୍‌ କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି, କିଟ୍‌ ପ୍ରୋ ଭାଇସ ଚାନସେଲର ପ୍ରଫେସର ସସ୍ମିତା ସାମନ୍ତ, ରେଜିଷ୍ଟ୍ରାର ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି । ଥିମ୍‌ ଥିଲା ମିଲିୟନ୍‌ ଡଲାର ସ୍ମାଇଲ । ମୁଖ୍ୟ ଆକର୍ଷଣ ପାଲଟିଥିଲା ଦିବ୍ୟାଙ୍ଗ ପିଲାଙ୍କ ଫ୍ୟାଶନ୍‌ ସୋ । କିଟ୍‌ର ଛାତ୍ର ଛାତ୍ରୀଙ୍କ ସହ ମିଶି ଫ୍ୟାଶନ୍‌ ସୋରେ ଚାଳିଥିଲେ ଦିବ୍ୟାଙ୍ଗ ପିଲାମାନେ । ପରେ ପରେ କିଟର ଛାତ୍ର ଛାତ୍ରୀମାନେ ନାଟକ ଓ ନୃତ୍ୟ ମାଧ୍ୟମରେ କାର‌୍ୟ୍ୟକ୍ରମର ଥିମ୍‌ ମିଲିୟନ୍‌ ଡଲାର ସ୍ମାଇଲ ଉପରେ ସାଂସ୍କୃତିକ ପରିବେଷଣ କରିଥିଲେ । ଏହିଅବସରରେ ଦିବ୍ୟାଙ୍ଗ ପିଲାଙ୍କ ଉପରେ ଆଧାରିତ ଏକ କ୍ଷୁଦ୍ର ଭିଡିଓ ପ୍ରଦର୍ଶନ କରାଯାଇଥିଲା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.