Below header

ଅଣହଟ୍‌ସ୍ପଟ୍‌ ଅଞ୍ଚଳରେ ଆରମ୍ଭ ହେବ ଅର୍ଥନୈତିକ କାର୍ଯ୍ୟକଳାପ, କାଲିଠାରୁ ଶ୍ରମିକଙ୍କୁ କାମ ମିଳିବ

କେନ୍ୟୁଜ(ବ୍ୟୁରୋ): କାଲିଠାରୁ ଶ୍ରମିକଙ୍କୁ କାମ ମିଳିବ । ଅଣହଟ୍‌ସ୍ପଟ୍‌ ଅଞ୍ଚଳରେ ଆରମ୍ଭ ହେବ ଅର୍ଥନୈତିକ କାର୍ଯ୍ୟକଳାପ । କିନ୍ତୁ ପ୍ରବାସୀ ଶ୍ରମିକମାନେ ରାଜ୍ୟ ବାହାରକୁ ଯାଇପାରିବେ ନାହିଁ । ଯେଉଁ ରାଜ୍ୟରେ ଅଛନ୍ତି ସେହି ରାଜ୍ୟରେ ରହିବେ। କିନ୍ତୁ ନିଯୁକ୍ତ ମିଳିବ । ଏଥିପାଇଁ ରିଲିଫ୍‌ କ୍ୟାମ୍ପରେ ଅଟକି ରହିଥିବା ଶ୍ରମିକମାନଙ୍କୁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ନିକଟରେ ପଞ୍ଜିକରଣ କରିବାକୁ ହେବ। ସେମାନଙ୍କ ଦକ୍ଷତା ଅନୁସାରେ କାମ ମିଳିବ। ଆସନ୍ତାକାଲିଠାରୁ ଶିଳ୍ପ, ଉତ୍ପାଦନ, ନିର୍ମାଣ, କୃଷି ଏବଂ ମନରେଗା କାର୍ଯ୍ୟ ଆରମ୍ଭ ହେବ। ଏହି ସବୁ କ୍ଷେତ୍ରରେ ଶ୍ରମିକମାନେ କାର୍ଯ୍ୟ କରିପାରିବେ। ଯେଉଁ ପ୍ରବାସୀ ଶ୍ରମିକ ସେହି ରାଜ୍ୟରେ ନିଜର ପୂର୍ବ କାର୍ଯ୍ୟକ୍ଷେତ୍ରକୁ ଫେରିବାକୁ ଚାହିଁବେ, ସେମାନଙ୍କୁ ମଧ୍ୟ ଅନୁମତି ମିଳବ। ତେବେ ସେମାନଙ୍କର କରୋନା ଭାଇରସ୍‌ ସ୍କ୍ରିନିଂ ହେବ। କରୋନାର କୌଣସି ଲକ୍ଷଣ ନଥିଲେ ସେମାନେ ପୁରୁଣା କର୍ମକ୍ଷେତ୍ରକୁ ଯାଇପାରିବେ। ଏହି ମର୍ମରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନୂଆ ଆଡଭାଇଜରୀ ଜାରି କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.