Below header

ଢେଙ୍କାନାଳ: ଭୁବନ ବ୍ଲକ କଂସରଗୋଡ଼ା ବିଦ୍ୟୁତ ଗ୍ରୀଡରେ ଅଘଟଣ, କାର୍ଯ୍ୟରତ ଝାଡ଼ଖଣ୍ଡ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ

ଢେଙ୍କାନାଳ(କେନ୍ୟୁଜ୍): ବିଦ୍ୟୁତ ଗ୍ରୀଡ଼ରେ କାର୍ଯ୍ୟରତ ଝାଡ଼ଖଣ୍ଡ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ। ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ କଂସରଗୋଡ଼ା ବିଦ୍ୟୁତ ଗ୍ରୀଡରେ ଏହି ଅଘଟଣ ଘଟିଥି। ମୃତକ ଜଣକ ଝାଡ଼ଖଣ୍ଡ ହଜାରିବାଗ ଜିଲ୍ଲା ବିଷ୍ଣୁଗଡ଼ ଥାନା କେଳୁଜଳା ଗାଁର ଲକ୍ଷ୍ମଣ ମୁର୍ମୁ। ଆଜି ସକାଳେ ବିଦ୍ୟୁତ ଆଘାତ ଲାଗିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଭୁବନ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ତଦନ୍ତ ଆରମ୍ଭ କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.