Airtel ଲଞ୍ଚ୍‌ କଲା ୨୩ ଟଙ୍କାର ସ୍ମାର୍ଟ ରିଚାର୍ଜ, ୨୮ ଦିନ ରହିଛି ବୈଧତା

ବର୍ତ୍ତମାନ ଟେଲିକମ୍‌ କମ୍ପାନୀଗୁଡ଼ିକ ଗ୍ରାହକଙ୍କ ସୁବିଧା ଏବଂ ଚାହିଦାକୁ ନଜରରେ ରଖି ଶସ୍ତା ପ୍ଲାନ୍‌ ସବୁ ଆଣୁଛନ୍ତି। ଆଜି ଆମେ ଆପଣଙ୍କୁ Airtelର ସବୁଠାରୁ ଶସ୍ତା ପ୍ଲାନ୍‌ ଏବଂ ଲମ୍ବା ବୈଧତା ବିଷୟରେ କହିବୁ।

Airtelର ୨୩ ଟଙ୍କିଆ ସ୍ମାର୍ଟ ରିଚାର୍ଜ କରି ଆପଣ ଆପଣଙ୍କ ନମ୍ବରକୁ ଆକ୍ଟିଭ କରି ରଖିପାରିବେ। ଏହି ପ୍ଲାନ୍‌ର ବୈଧତା ରହିଛି ୨୮ ଦିନ। ଏହି ପ୍ଲାନ୍‌ରେ ୟୁଜର୍ସଙ୍କୁ କୌଣସି ପ୍ରକାର ଲାଭ ମିଳିବନି, ଯେପରି କଲ୍‌, ମେସେଜ୍‌ ଏବଂ ଡାଟା। ଗ୍ରାହକମାନଙ୍କୁ କେବଳ ଭ୍ୟାଲିଡିଟି ମିଳିବ। ଏହାର ଫାଇଦା କେବଳ ଏତିକି ଯେ ଆପଣଙ୍କ ନମ୍ବର ଆକ୍ଟିଭ ରହିବ ଏବଂ ଇନ୍‌କମିଙ୍ଗ୍‌ କଲ୍‌ ଆସିବାରେ ଲାଗିବ।

a1

Airtelର ୪୯ ଟଙ୍କାର ସ୍ମାର୍ଟ ରିଚାର୍ଜ ମଧ୍ୟ ୨୮ ଦିନ ବୈଧତା ସହିତ ଆସିବ। ଏଥିରେ ୟୁଜରମାନଙ୍କୁ ୩୮.୫୨ ଟଙ୍କାର ଟକ୍‌ ଟାଇମ୍‌ ଏବଂ ୧୦୦ ଏମ୍‌ବିର ଡାଟା ମିଳିବ। ଅର୍ଥାତ୍‌ ଗ୍ରାହକ କୌଣସି ବି ଜରୁରୀକାଳିନ ସ୍ଥିତିରେ ଫୋନ୍‌ କିମ୍ବା ଡାଟା ବ୍ୟବହାର କରିପାରିବେ।

ସେହିପରି ୨୮ ଦିନର ବୈଧତା ସହିତ Airtelର ୭୯ ଟଙ୍କାର ରିଚାର୍ଜ ମଧ୍ୟ ରହିଛି, ଯେଉଁଥିରେ ୟୁଜରଙ୍କୁ ୬୪ ଟଙ୍କାର ଟକ୍‌ ଟାଇମ୍‌ ଏବଂ ୨୦୦ ଏମ୍‌ବି ଡାଟା ମିଳିବ। ୨୩ ଟଙ୍କା ଏବଂ ୪୯ ଟଙ୍କା ପ୍ଲାନ୍‌ଠାରୁ ଏହା ବହୁତ ଲାଭଦାୟକ।

a3

Airtelର ୯୪ ଟଙ୍କାର ସ୍ମାର୍ଟ ରିଚାର୍ଜରେ ଗ୍ରାହକମାନଙ୍କୁ ୫୦୦ ଏମ୍‌ବିର ଡାଟା ଏବଂ ୯୪ ଟଙ୍କାର ଟକ୍‌ ଟାଇମ୍‌ ମିଳିବ। ୨୪୪ ଟଙ୍କାର ସ୍ମାର୍ଟ ରିଚାର୍ଜରେ ଗ୍ରାହକଙ୍କୁ ପ୍ରତ୍ୟେକ ଦିନ ୨ ଜିବି ଡାଟା ସହ ୨୪୪ ଟଙ୍କାର ଫୁଲ୍‌ ଟକ୍‌ ଟାଇମ୍‌ ମିଳିବ। ଏହାର ବୈଧତା ୮୪ ଦିନ ରହିଛି। ଏଥିରେ ଲୋକାଲ୍‌ କଲିଂରେ ପ୍ରତି ମିନିଟ୍‌ ହିସାବରେ ୩୦ ପଇସା ଚାର୍ଜ ଲାଗିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.