Below header

ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ, ଜବତ ହେଲା ବିପୁଳ ପରିମାଣର ବ୍ରାଉନ ସୁଗାର

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟସ୍ଥ ଗାନ୍ଧୀଛକ ନିକଟରୁ ବ୍ରାଉନ ସୁଗାର ଜବତ ହୋଇଛି । ଏହା ସହ ଜଣେ ଯୁବକଙ୍କୁ ଯାଜପୁର ଅବକାରୀ ବିଭାଗ ଅଟକ ରଖିଥିବା ନେଇ ସୂଚନା ମିଳିଛି । ସ୍ଥାନୀୟ ବେଣାପୁର ଅଞ୍ଚଳର ଜଣେ ଯୁବକ ବ୍ରାଉନ ସୁଗାର କାରବାରରେ ସଂପୃକ୍ତ ଥିବା ନେଇ ଅବକାରୀ ବିଭାଗ ଜାଣିବାକୁ ପାଇଥିବା ବେଳେ ଆଜି ତାର ପିଛା କରି ଗାନ୍ଧୀ ଛକ ନିକଟରେ ଯୁବକଙ୍କୁ କାବୁ କରି ନେଇଥିଲେ । ଯୁବକଙ୍କ ନିକଟରୁ ପଲିଥିନରେ ଭର୍ତ୍ତି ହୋଇଥିବା କିଛି ଧଳା ଜହର ପ୍ୟାକେଟ ଜବତ କରିଥିଲା ଅବକାରୀ ବିଭାଗ ।

jajpur case

ଯୁବକ ଜଣକ ଏହି ଧଳା ଜହର ଆଣି ଆଖପାଖ ଅଞ୍ଚଳରେ ବିକ୍ରି କରୁଥିବା ଜଣାପଡିଥିବା ବେଳେ ଅବକାରୀ ବିଭାଗ ଧଳା ଜହର ସହ ଯୁବକଙ୍କୁ ଯାଜପୁରକୁ ନେଇ ଯାଇଥିବା ଜଣାପଡିଛି । ତେବେ କେତେ ପରିମାଣର ଧଳା ଜହର ଜବତ ହୋଇଛି ତାହାର କୌଣସି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ବିଭାଗ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.