ଜିଡିଏସ୍‌ ନିଯୁକ୍ତି ୨୦୨୧: ୧୪୨୧ ପଦବୀ ପାଇଁ ଆସିଲା ନିଯୁକ୍ତି ସୁଯୋଗ, ଶେଷ ତାରିଖ ୨୧ ଅପ୍ରେଲ

କରୋନା କାଳରେ ସରକାରୀ ଚାକିରୀ ପାଇଁ ଆଶା ରଖିଥିବା ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ଆସିଛି ଖୁସି ଖବର। ସରକାରୀ ଚାକିରୀ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଭାରତୀୟ ଡାକ ବିଭାଗରେ ନିଯୁକ୍ତି ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ। ଇଚ୍ଛୁକ ପ୍ରାର୍ଥୀ ଏଥିପାଇଁ ଆବେଦନ କରିପାରିବେ। ଚାଲନ୍ତୁ ଜାଣିନେବା ସେ ସଂପର୍କରେ ସବିଶେଷ ତଥ୍ୟ।

ଇଣ୍ଡିଆ ପୋଷ୍ଟ କେରଳ ସର୍କଲରେ ଗ୍ରାମୀଣ ଡାକ ସେବକ ପାଇଁ ମୋଟ ୧୪୨୧ ପଦବୀ ବାହାର କରାଯାଇଛି। ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ ଏହାର େଓ୍ଵବସାଇଟ appost.in ମାଧ୍ୟମରେ ଆବେଦନ କରିପାରିବେ। ପ୍ରଥମେ ୮ମାର୍ଚ୍ଚରେ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ୭ ଅପ୍ରେଲରେ ଶେଷ ହୋଇଥିଲା। ପୁନର୍ବାର ଏହାର ଆବେଦନର ପ୍ରକ୍ରିୟା ୧୫ ଅପ୍ରେଲରୁ ଆରମ୍ଭ କରାଯାଇଛି। ଏଥିପାଇଁ ପ୍ରାର୍ଥୀଙ୍କ ଯୋଗ୍ୟତା ୧୦ମ ପାସ ହୋଇଥିବା ଆବଶ୍ୟକ। ଏହି ପଦବୀ ପାଇଁ ସେମାନଙ୍କୁ ଅନଲାଇନରେ ଫର୍ମ ପୂରଣ କାରିବାକୁ ପଡିବ। ତେବେ ନୋଟିଫିକେସନ ପଢ଼ିବା ପରେ ଫର୍ମ ପୂରଣ କରନ୍ତୁ। ତା’ ଆଗରୁ ସମସ୍ତ ତଥ୍ୟ ସଂପର୍କରେ ଜାଣିନିଅନ୍ତୁ।

ତାରିଖ:-

ଆବେଦନ ଆରମ୍ଭ ତାରିଖ: ୧୫ ଅପ୍ରେଲ୨୦୨୧
ଆବେଦନର ଶେଷ ତାରିଖ: ୨୧ ଅପ୍ରେଲ ୨୦୨୧

ପଦବୀ ସଂଖ୍ୟା:-

୧୪୨୧
ପଦବୀ: ଗ୍ରାମୀଣ ଡାକ ସେବକ(GDS)

343400
pc: DNA India

ଶିକ୍ଷାଗତ ଯୋଗ୍ୟତା:-

୧୦ମ ପାସ୍‌

ବୟସ:-

୧୮ ବର୍ଷରୁ ୪୦ ବର୍ଷ

ଆବେଦନ ଶୁଳ୍କ:-

୧୦୦ଟଙ୍କା (ଅଧିକ ତଥ୍ୟ ଜାଣିବା ପାଇଁ େଓ୍ଵବସାଇଟ ନୋଟିଫିକେସନ ପଢ଼ନ୍ତୁ)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.