Below header

ଆଠଗଡ଼ ନୂଆବନ୍ଧ ଗାଁର ଏକ ଭଡ଼ା ଘରୁ ୪୭ ପେଟି ବିଦେଶୀ ମଦ ଜବତ, ଜଣେ ଗିରଫ

ଆଠଗଡ଼ (କେନ୍ଯୁଜ୍): ଆଠଗଡ଼ ନୂଆବନ୍ଧ ଗାଁରୁ ଲକ୍ଷାଧିକ ଟଙ୍କାର ମଦ ଜବତ । ଏକ ଭଡ଼ା ଘରୁ ୪୭ ପେଟି ବିଦେଶୀ ମଦ ଜବତ ସହ ଜଣଙ୍କୁ ଗିରଫ କରିଛି ଆଠଗଡ଼ ପୋଲିସ । ଜବତ ମଦର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ।

ଅନ୍ୟପଟେ କିଛି ଦିନ ତଳେ ବାଙ୍କୀ ଅଞ୍ଚଳରୁ ଏକ ବିଦେଶୀ ମଦ ଦୋକାନରୁ ପାଖାପଖି ଶହେ ପେଟି ବିଦେଶୀ ମଦ ଚୋରି ହୋଇଥିବା ଅଭିଯୋଗ ହୋଇଥିବା ସୂଚନା ମିଳିଛି । ତେବେ ଜବତ ମଦ କେଉଁଠୁ ଆସିଛି ତାକୁ ନେଇ ଆଠଗଡ଼ ପୋଲିସ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.