ରିୟାଲିଟି ଶୋ’ରେ ଓଡ଼ିଶା ଝିଅ ସ୍ଥିତିପଦ୍ମାଙ୍କ ଉତ୍ତର: କହିଲେ ଜଗନ୍ନାଥ ଆମର, ରସଗୋଲା ବି ଆମର

କଟକ(କେନ୍ଯୁଜ୍): ରିୟାଲିଟି ଶୋ’ରେ ବିଚାରକଙ୍କ ପ୍ରଶ୍ନ ଥିଲା ଓଡ଼ିଶାରୁ ଆସିଛ ଯଦି ତେବେ କୁହ ରସଗୋଲା କାହାର । ଏତିକି ଶୁଣିବା ପରେ କଟକ ଝିଅ ସ୍ଥିତି ପଦ୍ମା ଦାଶ କହିଥିଲେ ମହାପ୍ରଭୁ ଜଗନ୍ନାଥ ରସଗୋଲା ଖାଇବାକୁ ଭଲ ପାଆନ୍ତି । ଜଗନ୍ନାଥ ଆମର, ତେଣୁ ରସଗୋଲା ବି ଆମର । ବାସ୍‌ ଏହି କିଛି କ୍ଷଣର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଜୋରରେ ଭାଇରାଲ ହେଉଛି ।

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ବିପିଏ ଦ୍ୱିତୀୟ ବର୍ଷରେ ପାଠ ପଢୁଛନ୍ତି ସ୍ଥିତିପଦ୍ମା ଦାଶ । ବାପା ସୁଶୀଲ ଦାସ ଓ ଦାଦା ସୁବାସ ଦାଶ ମଧ୍ୟ ଜଣେ ଭଲ କଣ୍ଠଶିଳ୍ପୀ ଭାବେ ପରିଚିତ । ବାପା ଦାଦାଙ୍କ ପ୍ରେରଣାରୁ ଏତେ ବାଟ ଆସିପାରିଛି ବୋଲି କହିଛନ୍ତି ସ୍ଥିତିପଦ୍ମା ଦାଶ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.