ଲକ୍ଷ୍ମୀସାଗର ସିଦ୍ଧିବିନାୟକ ଆପାର୍ଟମେଣ୍ଟ ଘଟଣା: ପତ୍ନୀଙ୍କ ପରେ ଆଖି ବୁଜିଲେ ସ୍ୱାମୀ, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଭୁବନେଶ୍ୱର(କେନ୍ୟୁଜ୍): ପତ୍ନୀଙ୍କ ପରେ ଆଖି ବୁଜିଲେ ସ୍ୱାମୀ। ଚିକିତ୍ସାଧୀନ ଅବସ୍ଥାରେ ହାଇଦ୍ରାବାଦରେ ସ୍ୱାମୀ ସଂଜୟ ପେରିୱାଲାଙ୍କ ମୃତ୍ୟୁ ହୋଇଛି। ଗତ ୧୫ ତାରିଖରେ ଭୁବନେଶ୍ୱର ଲକ୍ଷ୍ମୀସାଗରସ୍ଥିତ ସିଦ୍ଧିବିନାୟକ ଆପାର୍ଟମେଣ୍ଟରେ ଘଟିଥିଲା ଅଘଟଣ।

ସ୍ତ୍ରୀ ସଂଜନା ପେରିୱାଲାଙ୍କ ଆତ୍ମହତ୍ୟା ପରେ ବିଷ ପିଇ ଦେଇଥିଲେ ସ୍ୱାମୀ ସଞ୍ଜୟ । ପୁଅଝିଅ ସ୍କୁଲ ଯାଇଥିବା ବେଳେ ଫ୍ୟାନରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଥିଲେ ସ୍ତ୍ରୀ। ତେବେ କେଉଁ କାରଣକୁ ନେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ତାହା ଏବେବି ଅସ୍ପଷ୍ଟ ରହିଛି। ଲକ୍ଷ୍ମୀସାଗର ଥାନା ପୋଲିସ ପରିବାର ଲୋକଙ୍କୁ ପଚରାଉଚରା କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.