Below header

ଉତ୍ତରପ୍ରଦେଶ ଚାଲାଣ ହେଉଥିବାବେଳେ ୮ କ୍ୱିଣ୍ଟାଲ ଗଞ୍ଜେଇ ଜବତ କଲା ଲମତାପୁଟ ପୋଲିସ୍ , ୨ ଗିରଫ

କୋରାପୁଟ : କୋରାପୁଟ ପୋଲିସକୁ ସଫଳତା। ୮ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି ଲମତାପୁଟ ପୋଲିସ । ଏଥିରେ ସମ୍ପୃକ୍ତ ୨ଜଣଙ୍କୁ ଗିରଫ କରାଯାଇଛି। ମାଛକୁଣ୍ଡ ଅଞ୍ଚଳରୁ ଉତ୍ତରପ୍ରଦେଶ ଚାଲାଣ କରୁଥିବାବେଳେ ତୁସୁବା ଛକ ନିକଟରେ ଜବତ କରିଥିଲା ପୋଲିସ।

ଗିରଫ ଦୁଇଜଣ ଉତ୍ତରପ୍ରଦେଶର ସୁନୀଲ କୁମାର ଓ ଅକିତ ସିଂ ବୋଲି ଜଣାପଡିଛି। ଏମାନେ କୋରାପୁଟରୁ ବିଭିନ୍ନ ରାଜ୍ୟକୁ ଗଞ୍ଜେଇ ଚାଲାଣ କରୁଥିଲେ। ଗଞ୍ଜେଇ ଯୋଗାଉଥିବା ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି। ତାକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ନନ୍ଦପୁର ଏସଡିପିଓ ସଞ୍ଜୟ ମହାପାତ୍ର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.